ads

Breaking News

ସମାଜସେବୀ ଅଶୋକଙ୍କ ଏକାଦଶରେ ସ୍ମୁତିସଭା


 ଡେଲାଙ୍ଗ ----- ଡେଲାଙ୍ଗ ବ୍ଲକର ସୁଜନପୁର ପଞ୍ଚାୟତ ଅଧିନସ୍ଥ ସାତିକପୁର ଗ୍ରାମର ସମାଜସେବୀ ଅଶୋକ ରାୟ ଙ୍କ ଏକାଦଶ ଉପଲେକ୍ଷ ତାଙ୍କ ବାସ ଭବନ ପରିସରରେ ଏକ ସ୍ମୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଯୋଗ ଦେଇ ଦିବଙ୍ଗତ ଅଶୋକଙ୍କ  ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ମୁତି ଚାରଣ ସଭାରେ  ଆଇନିଜୀବି ତଥା ଭିଜିଲାନ୍ସ ଉପନିଦ୍ଦେର୍ଶକ ଦିଲ୍ଲିପ କୁମାର ଛୋଟରାୟ ସଭାପତିତ୍ୱ କରିଥିଲେ ।  ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ପୁର୍ବତନ ଉପାଧ୍ୟକ୍ଷ ଅଜୟ କୁମାର ରାଉତରାୟ,ସୁଜନପୁର ପଞ୍ଚାୟତ ପୁର୍ବତନ ସରପଞ୍ଚ ବିପିନି ବିହାରୀ ବଳବନ୍ତରାୟ,ଦୁଯ୍ରୋ୍ୟଧନ ସାହୁ,ସମବାୟ ସମିତି ସଭାପତି ନବଘନ ପ୍ରଧାନ, ଡେଲାଙ୍ଗ ହାଟବଜାର ବ୍ୟବସାୟୀ ସଂଘର ସଭାପତି ମନୋରଞ୍ଜନ ବାରିକ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ରାୟ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ତାଙ୍କ ପ୍ରତିଭାର ସ୍ମୁତି ଚାରଣ କରିଥିଲେ । ଶେଷରେ ସ୍ୱର୍ଗତ ଅଶୋକ ରାୟ ନାମରେ ଏକ ଟ୍ରଷ୍ଟ ଗଠନ କରାଯାଇ ଅଞ୍ଚଳର ଉତ୍ତମ ଶିକ୍ଷକ ଶିକ୍ଷୟତ୍ରୀ ଓ ମେଧାବୀ ଛାତ୍ରଛାତ୍ରୀ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଶିକ୍ଷାବିତ୍ ପୁର୍ଣ୍ଣଚନ୍ଦ୍ର ବଳିଆରସିଂହ ଘୋଷଣା କରିଛନ୍ତି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତ

ads

Blog Archive

Popular Posts