ଡେଲାଙ୍ଗରେ୧୨ ପଜିଟିଭ ଚିହ୍ନଟ ; ଆକ୍ରାନ୍ତସଂଖ୍ୟା ୨୩୦ ପହଞ୍ଚିଲା
ଡେଲାଙ୍ଗ ---- ପୁରୀ ଜିଲ୍ଲାରେ କରୋନା ମହାମାରୀ କମିବାର ନା ଧରୁନି ,ଦିନ କୁ ଦିନ କାୟା ବିସ୍ତାର କରୁଥିବା ବେଳେ ଏବେ ଘରେ ଘରେ ଥଣ୍ଡା ଜ୍ୱର ବ୍ୟାପିବାରେ ଲାଗିଛି । ଡେଲାଙ୍ଗ ବ୍ଳକରେ ଶନିବାର କରୋନା ଆକ୍ରାନ୍ତ ଚିହ୍ନଟ ୧୨ ଜଣ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁଚନା ମିଳିଛି । ଖେଲଉର ପଞ୍ଚାୟତ ର ବରମପୁର ଗ୍ରାମର ୬ଜଣ,ପୁରୁଣା ଡେଲାଙ୍ଗ,ଆଙ୍କୋଇ,ମୋଟରୀ.ଜଗଦଳପୁର,କଅଁଳପଡା ଓ ଇନ୍ଦିପୁର ଗ୍ରାମରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ସମସ୍ତ ଚିହ୍ନଟକାରୀଙ୍କୁ ସରକାରଙ୍କ ନିୟମ ମୁତାବକ ହୋମକ୍ୱାରାଣ୍ଟାଇନିରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ବୋଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ଦିଲ୍ଲିପ କୁମାର ପରିଡାଙ୍କ ଠାରୁ ପ୍ରକାଶ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି


