ବିଧାୟକଙ୍କର ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପଦାନ
ଥିବା ଓଁ ନମ ଶିବାୟ ଓ ମା ବିନ୍ଧ୍ୟବାସିନୀ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ମହାରଥୀଙ୍କୁ କରୋନା ପଜିଟିଭ ଚିହ୍ନଟ ହେବା ସହ ତାଙ୍କର ଧର୍ମପତ୍ନୀ ଓ ପୁଅ ମଧ୍ୟ ପଜିଟିଭ ହୋଇଥିବା ଜଣାପଡିଛି । ଏହା ଜାଣିବା ପରେ ମହାରଥୀଙ୍କୁ ଭଲ ପାଉଥିବା ଓ ତାଙ୍କ ରାଜନୈତିକ ପରିବାରର ସଦସ୍ୟ ମାନେ ଏକାଠି ହୋଇ ବିଧାୟକ ଓ ତାଙ୍କ ପରିବାର ଶିଘ୍ର ସୁସ୍ଥ ହେବା ପାଇଁ ଠାକୁରଙ୍କ ପାଖରେ ଦୀପଦାନ କରିଛନ୍ତି । ଏହି କାର୍ଯ୍ୟ କ୍ରମରେ ପିପିଲି ବ୍ଳକର ଅତ୍ମାର ଅଧ୍ୟକ୍ଷ ଧରଣୀଧର ସାହୁ, ଫଗୁ ଭୂଷଣ ପରିଡା, ମହିଳା ସଭାନେତ୍ରୀ ଉମାମଣୀ ରଥ, ଶାନ୍ତିଲତା ପରିଡା, ପଦ୍ମନାଭ ସାମନ୍ତରାୟ, ପ୍ରକାଶ ରଥ, ଜିତେନ୍ଦ୍ର ରଥ, ଜମ୍ବେଶ୍ୱର ସେନାପତି, ଦିବାକର ଖଟେଇ, କାଳନ୍ଦୀ ଚରଣ ପ୍ରଧାନଙ୍କ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର





