ads

Breaking News

ଚୋରି ସାମଗ୍ରୀ ସହ ଅଟୋ ଜବତ, ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ମୁଖ୍ୟ ଅଭିଯୁକ୍ତ ଫେରାର


ଗାଙ୍ଗପୁର : କ୍ୱାରେଣ୍ଟାଇନ୍ ସେଣ୍ଟର୍ ରୁ ଇନଭଟର ଏବଂ ବ୍ୟାଟେରୀ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ତଦନ୍ତ କରି ଗାଙ୍ଗପୁର ପୋଲିସ୍ କେସ୍ ନମ୍ବର  ୨୬୨/୨୦୨୦ରେ ଏକ ମାମଲା ରୁଜୁ କରି ଚାରି ଜଣଙ୍କୁ  କୋର୍ଟ ଚାଲାଣ କରିଛି । ସେମାନେ ହେଲେ ବେଲଗୁଣ୍ଠା ନିକଟସ୍ଥ ସୁତୁମୁସର ଗ୍ରାମରୁ ଆସି ସୋମନାଥପଲ୍ଲୀରେରେ ରହୁଥିବା ରଞ୍ଜନ ସ୍ଵାଇଁ ଓରଫ୍ ଗାଣ୍ଡୁ (୨୭), ଲୁଦୁଲୁଦି ଗ୍ରାମର ସଞ୍ଜୟ ନାୟକ ଓରଫ୍ ବୁଢା (୩୮), ସିମାଞ୍ଚଳ ନାୟକ (୪୮) ଏବଂ ଭଞ୍ଜନଗର ଥାନା ଅନ୍ତର୍ଗତ ବଡ଼ ପଥରା ଗ୍ରାମର ଅରୁଣ କୁମାର ଗୌଡ଼ (୩୬) ।  ଫେରାର ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲା ଲୁଦୁଲୁଦି ଗ୍ରାମର । ସୂଚନା ଥାଉକି ଗତ ମଇ ଏବଂ ଜୁନ୍ ମାସରେ ଓଡ଼ିଶା ଫେରୁଥିବା ପ୍ରବାସୀଙ୍କୁ ସଙ୍ଗରୋଧରେ ରଖିବା ପାଇଁ ବିଭିନ୍ନ ବିଦ୍ୟାଳୟରେ ବ୍ଲକ ଓ ପଞ୍ଚାୟତ ର ସହଯୋଗ ରେ  କରେଣ୍ଟାଇନ୍ ସେଣ୍ଟର୍ ର ବ୍ୟବସ୍ଥା କରାଯାଇଥିଲା । ଏହି ସେଣ୍ଟର୍ ଗୁଡ଼ିକରେ ଲୋକଙ୍କୁ ଅନବରତ ବିଜୁଳି ସେବା ଯୋଗାଇ ଦେବା ପାଇଁ ପଞ୍ଚାୟତ ତରଫରୁ ଇନଭଟର ଯୋଗାଇ ଦିଆଯାଇଥିଲା । ବର୍ତ୍ତମାନ ପ୍ରବାସୀମାନେ ନିଜର କର୍ମ ସ୍ଥଳୀକୁ ଫେରିବା ଆରମ୍ଭ କରିଥିବା ବେଳେ ବିଦ୍ୟାଳୟ ଗୁଡିକ ସଂପୂର୍ଣ୍ଣ ବନ୍ଦ ଅଛି । ଏହାର ସୁଯୋଗ ନେଇ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଲୁଦୁଲୁଦି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଏକ ଇନଭଟର   ଚୋରି ହୋଇଥିବା ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜୁକ୍ତା ପାତ୍ର  ଗତ ବାର ତାରିଖରେ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ । ଏହି ଏତଲାକୁ ଭିତ୍ତି କରି ପୋଲିସ୍ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ଚୋରିରେ ସାମିଲ ଥିବା ସେହି ଗ୍ରାମର ଅଭିଯୁକ୍ତ ରଞ୍ଜନ, ସିମାଞ୍ଚଳ, ସଞ୍ଜୟ ଏବଂ ଇନଭଟର ୯.୫୦୦ଟଙ୍କାରେ କିଣି ଥିବା ଭଞ୍ଜନଗର ବ୍ଲକ୍ ବଡ଼ ପଥରା ଗ୍ରାମର ଅରୁଣ କୁମାର ଗୌଡ଼କୁ ଗିରଫ କରିବା ସହ ଚୋରି ଇନ୍ଭର୍ଟରକୁ ଜବତ କରିଥିଲା ପୋଲିସ ।   ଏହା ସହ ଚୋରିରେ ବ୍ୟବହୃତ ଏକ ଅଟୋ ଓଆର-୦୭ଏକ୍ସ--୮୪୨୫,କୁ ମଧ୍ୟ ପୋଲିସ ଜବତ କରିଛି । ପୋଲିସ୍ ଚାରି ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଲୁଦୁଲୁଦି ଗ୍ରାମର (୧୭)ବର୍ଷର ନାବାଳକ ଫେରାର ହୋଇଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଧୀରେସ୍ କୁମାର ଦାସ ପ୍ରକାଶ କରିଛନ୍ତି ।
ଧରାକୋଟ ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ 

ads

Blog Archive