ads

Breaking News

ପକ୍ଷୀ ପ୍ରେମୀ ଅମୁଲ୍ଯ


ଖଇରା------ ସମାଜରେ କିଏ ମାନବ ସେବା କରୁଥିବା ବେଳେ କିଏ ବୃକ୍ଷ ରୋପଣ କରିଥାନ୍ତି ।   ସେହ୍ନ ମମତା ଡୋରୀ ରେ ଆପଣାର  ହୋଇଯାଇଥାନ୍ତି ପଶୁ ପକ୍ଷୀ । 
ବାଲେଶ୍ଵର ଜିଲ୍ଲା ଓଷଙ୍ଗ ଗାଁର ଅମୁଲ୍ଯ ବେହେରାଙ୍କ ପରିବାର ।  ଦୀର୍ଘ  ୧୧ ବର୍ଷ ତଳେ ଏକ ଛୋଟ ବାଦୁଡି ପକ୍ଷୀଟିଏ ମନକୁ ମନ ଉଡିଆସି ଅମୁଲ୍ଯ ବେହେରାଙ୍କ ଘର ବାରଣ୍ଡାର ପଡିଥିଲା । ପରିବାର ଲୋକ ମାନେ ଏହା ଦେଖି ବାଦୁଡି ପକ୍ଷୀ ଛୁଆଟିକୁ ପାଣି ଏବଂ ଖିର ପିଆଇ ସୁସ୍ଥ କରାଇଲେ ।  ସେହି ଦିନଠାରୁ ଅମୁଲ୍ଯଙ୍କ ପରିବାର ଏକ ସଦସ୍ଯ ଭାବେ ଛୁଆ ବାଦୁଡି ପକ୍ଷୀଟି  ମମତା ଡୋରୀ ବନ୍ଧନରେ ଯୋଡି ହୋଇଗଲା । ବାଦୁଡିଟି ଦିନକୁ ଦିନ ବଡିବାରେ ଲାଗିଛି। ବାଦୁଡି ପକ୍ଷୀ ପାଇଁ  ପ୍ରତିଦିନ ପରିବାର ଲୋକେମାନେ ପିଜୁଳି, ନଡ଼ିଆ, କଦଳୀ, ଅଙ୍ଗୁରୁ, ସେଓ,ସୁଲା ସହିତ ଇତ୍ୟାଦି ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ଦେଇଥାନ୍ତି ।  ବାଦୁଡି ପକ୍ଷୀ ଛୁଆ ଟି ଘର ଚାଳରେ ଓ  ଅଗଣାରେ ଝୁଲିବା ସହିତ ମନ ଆନନ୍ଦରେ ବୁଲିଥାଏ। ଏଭଳି ଏକ ଚମତ୍କାର ଦୃଶ୍ଯ ଅମୁଲ୍ଯ ଙ୍କ ଘରେ ଦେଖିବାକୁ ମିଳିଛି   । ସେହ୍ନ ଶ୍ରଦ୍ଧା ଭଲ ପାଇବାରେ  ମଣିଷ କଣ ପଶୁ ପକ୍ଷୀ ମଧ୍ଯ ନିଜର ହୋଇଯାଇଥାନ୍ତି । ଅମୁଲ୍ଯ ବେହେରା ଜଣେ ଚାଷୀ ମୂଲିଆ ଭାବେ କାମ କରନ୍ତି । ନିଜ ବାଡିରେ ପରିବା ଚାଷ କରିଛନ୍ତି । ସ୍ଥାନୀୟ ବଜାରରେ ଏକ ଛୋଟ ପରିବା ଦୋକାନ କରି ନିଜର ପରିବାର ପୋଷଣ କରନ୍ତି । ଅମୂଲ୍ୟ ପ୍ରତି ଦିନ  ଭଲ ପାଉଥିବା ବାଦୁଡି ଛୁଆ ପାଇ ଶହେ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଫଳ  ପିଜୁଳି ଆମ୍ବ   ବଜାର ରୁ କିଣିବା ସହ ଗାଇ ଖିର ପିଆଇ ବାକୁ ଦେଇଥାନ୍ତି ଅମୁଲ୍ଯ ।  ନିଜର ପିଲା ଛୁଆ ଙ୍କ ଯତ୍ନ ନେବା ଭଳି ପକ୍ଷୀ ବାଦୁଡି ର ଦାଇତ୍ବ ନେଇଥିବା ବେଳେ  ବାଦୁଡି ନିଜକୁ ନିଜେ କେତେ ବେଳେ ଉଡ଼ି ଯାଇ ମନ କୁ ମନ ଫେରି ଥାଏ ଅମୁଲ୍ଯଙ୍କ ଘରକୁ।କେବେକେବେ ଫେରିବା ଡେରି ହୋଇ ଗଲେ ବ୍ୟସ୍ତ ହୋଇ ପଡିଥାନ୍ତି ଅମୁଲ୍ଯଙ୍କ ପରିବାର ଲୋକମାନେ ।

ଗାଁରେ ଅମୁଲ୍ଯଙ୍କୁ  ପଡୋଶୀମାନେ ପକ୍ଷୀ ପ୍ରେମୀ  ବୋଲି କହିଥାନ୍ତି । ଦୀର୍ଘ ଦଶ ବର୍ଷ ଧରି ଅମୁଲ୍ଯ ବେହେରା  ବାଦୁଡିଟିକୁ ନିଜର କରି ପାଳିପୋଷି  ବୋଲି ମନାଇ ଆପଣାର କରିଥିବା ଯାହାକି ସମାଜ ପାଇଁ ଏକ ପେରଣା ସାଜିଛି ।
କିଶୋର କୁମାର ବେହେରା ,ଖଇରା, ବାଲେଶ୍ଵର

ads

Blog Archive

Popular Posts