ସତ୍ୟବାଦୀରେ ମୋ ଗୁହାଳ କାର୍ଯ୍ୟାଦେଶ ବଣ୍ଟନ କେବେ
ସାକ୍ଷୀଗୋପାଳ----- ରାଜ୍ୟ ସରକାର ଗୋ ସୁରକ୍ଷା ସହିତ ଜୈବିକ କୃଷି କରିବା ଲକ୍ଷ୍ୟ ନେଇ ଆରମ୍ଭ କରିଥିଲେ ମୋ ଗୁହାଳ ଯୋଜନା । ବିଶେଷ କରି ଗୋ ପାଳକ ମାନେ ଏହି ଯୋଜନାରେ ସାମିଲ ହୋଇ ଗ୍ରାମ ମାନଙ୍କରେ ଗୋ ପାଳନ କରି ପାରିବେ । ପୁରୀ ଜିଲ୍ଲାରେ ସତ୍ୟବାଦୀ ବ୍ଳକକୁ ଛାଡି ଦେଲେ ଅନ୍ୟ ସମସ୍ତ ବ୍ଳକରେ ମୋ ଗୁହାଳ ଯୋଜନା କାର୍ଯ୍ୟ ଦେଶ ବଣ୍ଟନ ସରିଲାଣି । ମାତ୍ର ସତ୍ୟବାଦୀ ବ୍ଳକରେ ମୋ ଗୁହାଳ ଫାଇଲି ଏବେ କେଉଁଠି ତାହା କେହି କହି ପାରୁନାହାନ୍ତି । ରାଜ୍ୟ ସରାକରଙ୍କ ନିୟମ ଅନୁସାରେ ପ୍ରଥମେ ଗ୍ରାମସଭାରେ ହିତାଧିକାରୀଙ୍କ ନାମ ତାଲିକା ଭୁକ୍ତ କରାଯିବା । ସେଠାରେ ସମସ୍ତ୍ଙ୍କ ଉପସ୍ଥିତିରେ ନାମ ଘୋଷଣା କରାଯିବ । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉକ୍ତ ତାଲିକା ବ୍ଳକ ଜିପିଓଙ୍କୁ ଦେବା ପରେ ତାହା ବିଡିଓଙ୍କ ଠାରୁ ସ୍ୱାକ୍ଷର କରାଯାଇ ତାହା ଜିଲାପାଳଙ୍କୁ ଦିଆଯିବ । ସେଠାରୁ ଉକ୍ତ ତାଲିକା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ପାଖକୁ ଆସିବ । ସେ ତଦନ୍ତ କରି ସଠିକ ରିର୍ପୋଟ ଦେବା ପରେ ବ୍ଳକ ପକ୍ଷରୁ କାର୍ଯ୍ୟାଦେଶ ପାଇଁ ଅନୁମତି ଦିଆଯିବାର ନିୟମ ରହିଛି ବୋଲି ଜଣେ ଅଧିକାରୀ କହନ୍ତି । ଗ୍ରାମ ପଞ୍ଚାୟତରେ ନାମ ତାଲିକା ଭୁକ୍ତ ହୋଇ ପଞ୍ଚାୟତରୁ ବ୍ଳକକୁ ଦିଆଯାଇଥିବା ଜଣାପଡିଛି । ମାତ୍ର ଏବେ ସେହି ଫାଇଲି କେଉଁଠି ରହିଛି ତାହା କେହି କହି ପାରୁନାହାନ୍ତି । ଫନିରେ ଗୁହାଳ ଘର ଭାଙ୍ଗିଥିଲେ ମଧ୍ୟ ସେଥିରେ ଗୁହାଳ ମିଳିଲା ନା ମୋ ଗୁହାଳ ମିଳୁଛି କୌଣସି ଯୋଜନାରେ ଆମକୁ ସାମିଲ କରାଯାଉ ନାହିଁ ବୋଲି ସନ୍ତୋଷ ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା, ରନ୍ôାକର ବେହେରା, ଦିବାକର ପ୍ରଧାନ ତୁରନ୍ତ ଜିଲ୍ଲାପାଳ ଏ ଦିଗପ୍ରତି ନଜର ଦେବାକୁ ଦାବି କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି



