ତହସିଲ ପକ୍ଷରୁ ଚଢ଼ାଉ , ୯ଟି ବାଲି ବୋଝେଇ ଟ୍ରାକ୍ଟର ଜବତ
ନିଶ୍ଚିନ୍ତକୋଇଲି---- କଟକ ଜିଲ୍ଲା ର ନିଶ୍ଚିନ୍ତକୋଇଲି ବ୍ଲକ କିଶୋରନଗର ତହସିଲ ର ନଇଗୁଆଁ ଠାରେ ବେଆଇନ ବାଲିଉଠା ଯାଉଥିବା ନେଇ ଅନେକ ଥର ଅଭିଯୋଗ ହୋଇ ଆସୁଥିଲା । କିଶୋର ନଗର ତହସିଲ ଦାର ଖବର ପାଇ ଏକ ଟିମ ସହ ପହଞ୍ଚି ୯ଟି ବେଆଇନ ଟ୍ରାକ୍ଟର କୁ ଘଟଣା ସ୍ଥଳ ରୁ ଜବତ କରିଛନ୍ତି । ୮ଟି ଟ୍ରାକ୍ଟର ନେମାଳ ଥାନାରେ ଥିବା ବେଳେ ଆଉ ଗୋଟିଏ ଟ୍ରାକ୍ଟର ନଦୀରେ ଥିବା ଜଣା ପଡ଼ିଛି।ଗତ କିଛି ଦିନ ତଳେ ମହାନଦୀର ପିଂପୁର ଠାରେ ବାଲିଉଠାଣ କୁ ନେଇ ନଦୀ ଅତଡା ଖାଇବା ପ୍ରଶାସନ ର ନିଦ ହଜିଥିବା ବେଳେ ଆଜି ବେଆଇନ ବାଲି ଉଠାଣ ରେ ପ୍ରଶାସନ ର କାର୍ଯ୍ୟାନୁଷ୍ଠାନ କୁ ଜନ ସାଧାରଣ ପ୍ରଶଂସା କରିଛନ୍ତି।
କଟକ ରୁ ପ୍ରସନ୍ନ କୁମାର ରାୟ


