ସାକ୍ଷୀଗୋପାଳ--- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା କାଞ୍ଜିଆ ବାସଭବନରେ ଯଦୁମଣି ପ୍ରଧାନ୮୭ ବର୍ଷରେ ପରଲୋକ ହୋଇଯାଇଛି । ସେ ଜଣେ ମିଷ୍ଠାବାସୀ, ପରୋପକାରୀ, ସଂଗଠକ, ବିଜୁ ଜନତା ଦଳର ଜଣେ ସକୀୟ କର୍ମୀ, ରାଜନୈତିକ ଭାବେ ସତ୍ୟବାଦୀ ଅଞ୍ଚଳରେ ବେଶ ପରିଚିତ ଥିଲେ । କିଛି ଦିନ ହେବ ବାର୍ଦ୍ଧକ ଜନିତ ରୋଗରେ ପୀଡିତ ହୋଇ ଘରେ ଚିକିତ୍ସା ହେଉଥିଲେ । ଶନିବାର ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ଶର୍ଯ୍ୟା ନିକଟରେ ପୁଅ ରମେଶ ଚନ୍ଦ୍ର ପ୍ରଧାନ, ଉମେଶ ଚନ୍ଦ୍ର ପ୍ରଧାନ, ପ୍ରକାଶ ଚନ୍ଦ୍ର ପ୍ରଧାନ ଓ ବିକାଶ ଚନ୍ଦ୍ର ପ୍ରଧାନ ଙ୍କ ସହିତ ପୁତ୍ରବଧୂ, ଝିଅ, ଜ୍ୱାଇଁ, ନାତି ,ନାତୁଣୀ. ନାତୁଣୀ ବୋହୁ ଉପସ୍ଥିତ ରହିଥିଲେ । ଏହି ଖବର ସକାଳେ ସତ୍ୟବାଦୀରେ ପ୍ରସାରିତ ହେବାପରେ ବହୁ ବ୍ୟକ୍ତି ବିଶେଷ ମାନେ ଶ୍ରୀ ପ୍ରଧାନଙ୍କ ମର ଶରୀର ଶେଷ ଦର୍ଶନ କରିଥିଲେ । ଶେଷରେ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ କରାଯାଇଥିଲା । ବଡପୁଅ ରମେଶ ଚନ୍ଦ୍ର ପ୍ରଧାନ ମୁଖାଗ୍ନି ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି