ହାତଗୁଞ୍ଜା ନ ଦେବାରୁ ସରକାରୀ ସାହାର୍ଯ୍ୟରୁ ବଞ୍ଚିତ ପିତାମ୍ବର ; ପଲିଥିନି ତଳେ ତିନି ଦିବ୍ୟାଙ୍ଗଙ୍କ ସହିତ ବାପା ମା;
ସାକ୍ଷୀଗୋପାଳ--- ରାଜ୍ୟରେ ଅଗ୍ନି ବିପନ୍ନ ପରିାବରଙ୍କୁ ହାତଗୁଞ୍ଜା ନ ଦେଇ ପାରିବାରୁ ପିତାମ୍ବର ସରକାରୀ ସାହାର୍ଯ୍ୟ ରୁ ବଞ୍ଚିତ । ଘରେ ତିନି ପୁଅ ଦିବ୍ୟାଙ୍ଗ ହୋଇଥିବା ବେଳେ ଓ ସ୍ତ୍ରୀ ଏବେ ଶର୍ଯ୍ୟ ଶାୟୀ । ପିତାମ୍ବର ଏବେ ନିଜ ଭାଗ୍ୟକୁ ଦୋଷ ଦେଉଛନ୍ତି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମ ପଞ୍ଚାୟତର ବାହ୍ମଣପଡା ଗ୍ରାମର ଏକ ବାହ୍ମଣ ପରିବାର । ଉକ୍ତ ପରିବାରର କଥା କହିଲେ ନ ସରେ । ପିତାମ୍ବର ମହାପାତ୍ର ( ୭୭)ବର୍ଷ । ତାଙ୍କ ସ୍ତୀ ବିଷ୍ଣୁପିୟା ମହାପାତ୍ର ( ୭୨) ବର୍ଷ । ତାଙ୍କର ୪ ପୁଅ । ଚାରି ପୁଅଙ୍କ ମଧ୍ୟରୁ ତିନି ପୁଅ ଦିବ୍ୟାଙ୍ଗ । ଏହି ତିନିଜଣ ଖନା, ଅନ୍ଧ, କାଲା ଅଟନ୍ତି । ଏଥିରେ ସେମାନଙ୍କର ଭାଗ୍ୟ ସରି ନାହିଁ । ମା ବିଷ୍ଣୁପିୟା ପୁଅ ମାନଙ୍କର ସେବା କରି କରି ନିଜେ ଏବେ ଶର୍ଯ୍ୟା ଶାୟୀ । ଚଳିତ ବାତ୍ୟା ରେ ପିତାମ୍ବରଙ୍କର ଚାରି ବଖରା ଝାଟି ମାଟି ଘର ଭାଙ୍ଗି ମାଟିରେ ମିଶିଗଲା । ସରକାରୀ ବାବୁ ମାନେ ତଦନ୍ତ କଲେ ଫଟୋ ଉଠାଇଲେ ଏବଂ ପଲିଥିନି ଖଣ୍ଡେ ଦେଲେ । ମାତ୍ର ସରକାରୀ ସାହାର୍ଯ୍ୟ ମିଳିଲା ବେଳକୁ ଆଂଶିକ ଘର ଭାଙ୍ଗିଛି ବୋଲି ସରକାରୀ ରିର୍ପୋଟ କରାଯାଇଛି । ତିନି ତିନି ଜଣ ଦିବ୍ୟାଙ୍ଗ ପୁଅ ଓ ମା ବିଷ୍ଣୁପ୍ରିୟା ଏବେ ବି ପଲିଥିନ ଦିନ ରାତି ପଡି ରହିଛନ୍ତି । ଏମାନଙ୍କର ଏକମାତ୍ର ସାହା ଭରସା ୩୫ କେଜି ଚାଉଳ ଓ ତିନିପୁଅଙ୍କୁ ମିଳୁଥିବା ଭର୍ତ୍ତା ଅର୍ଥ । ବାପା ଓ ଅନ୍ୟ ପୁଅ ଭାଇ ମାନଙ୍କର ସେବା କରିବା ବେଳକୁ ଦିନ ଯାଇ ରାତି ହୋଇଯାଉଛି । ସବୁଠାରୁ ବଡ ଦୁଖଃ ଏହି ପରିବାର ହାତ ଗୁଞ୍ଜା ନ ଦେବାରୁ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି ବୋଲି ପିତାମ୍ବର କହନ୍ତି । ଏହି ପରିବାର କଥା ଜାଣି ମାରୁତିସେନା ସତ୍ୟବାଦୀ ଶାଖାର ସଭାପତି ସନ୍ତୋଷ କୁମାର ପଣ୍ଡା ଅନ୍ୟ ମାନେ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । ଫନି ବାତ୍ୟା ଯିବାର ୧୬ ମାସ ପରେ ବି ପିତାମ୍ବର ଏବେ ବି ପଲିଥିନି ତଳେ ଜୀବନ ଅତିବାହିତ କରୁଛନ୍ତି । ଜରି ଅଖା ଏବେ ଦାଣ୍ଡ ଦୁଆର ସାଜିଛି । ପିତାମ୍ବର ନିଜର ଦୁଖଃ ଜଣାଇବା ପାଇଁ ଏ ଅଫିସକୁ ସେ ଅଫିସ ବାରମ୍ବାର ଦୌଡିଥିଲେ ମଧ୍ୟ ହାତଗୁଞ୍ଜା ନ ଦେଇ ପାରିବାରୁ ଆଜି ସେ ସବୁଥିରୁ ବଞ୍ଚିତ ବୋଲି ଗ୍ରାମାବସୀ ମାନେ କହନ୍ତି । ଦିନେ ଚୁଳି ଜଳିଲେ ଅନ୍ୟ ଦିନ ଉପାସ । ଜିଲ୍ଲାପାଳ ଏ ପରିବାର ପ୍ରତି ନଜର ଦେବାକୁ ଗ୍ରାମବାସୀ ମାନଙ୍କ ପକ୍ଷରୁ ଦାବି ହୋଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି



