ସାକ୍ଷୀଗୋପାଳ--- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରଗୋବିନ୍ଦପୁର ଗ୍ରାମର ଗୋପି (ବାବୁ ) ନନ୍ଦ ଆଉ ନାହାନ୍ତି । ୮୭ ବୟସରେ ବାର୍ଦ୍ଧ୍ୟକ ଜନିତରେ ରବିବାର ରାତିରେ ବୀରଗୋବିନ୍ଦପୁର ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଜଣେ କଂଗ୍ରେସର ସଚ୍ଚୋଟ ଟାଣୁଆ ନେତା ଭାବେ ପୁରୀ ଜିଲ୍ଲାରେ ପରିଚିତ ଥିଲେ । ଅନେକ ଥର ସତ୍ୟବାଦୀ ବ୍ଳକ କଂଗ୍ରେସ ସଭାପତି, ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ ଓ କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହିଥିଲେ । ସଂଗଠକ, ରାଜନୈତିକ, ସଚ୍ଚୋଟ, ମିଷ୍ଠାବାସୀ, ପରୋପକାରୀ, ବନ୍ଧୁବତ୍ସଳ, ଗବେଷକ, ପଞ୍ଚସଖାଙ୍କ ନୀତିକୁ ଅନୁସରଣ କରି ଆସୁଥିଲେ । ସତ୍ୟବାଦୀର ସବାଙ୍ଗ ଉନ୍ନତୀ ପାଇଁ ସେ ଶେଷ ସମୟ ପର୍ଯ୍ୟନ୍ତ ଅହରହ ଚେଷ୍ଟା କରି ଆସୁଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବହୁ ବ୍ୟକ୍ତି ବିଶେଷ ବୀରଗୋବିନ୍ଦପୁର ବାସଭବନରେ ଶେଷ ଦର୍ଶନ କରିଛନ୍ତି । ମୃତ୍ୟୁ ଶର୍ଯ୍ୟା ନିକଟରେ ପରିବାର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି