ads

Breaking News

-ଅବହେଳିତ ଅବସ୍ଥାରେ ପ୍ରାଚୀନ ଶୈବପୀଠ ଅନନ୍ତେଶ୍ୱର


କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଳମିଶ୍ରି ପଞ୍ଚାୟତର  ଲେଣ୍ଡୁରା ଭଗବାନପୁର ଗ୍ରାମରେ ପ୍ରାଚୀନଶୈବ ପୀଠ ଅନନ୍ତେଶ୍ୱର ଙ୍କ ମନ୍ଦିର ଏବେ ଅବହେଳିତ ଅବସ୍ଥାରେ ରହିଛି । ଶହ ଶହ ବର୍ଷ ପୂର୍ବରୁ ଅବସ୍ଥିତ ଏହି ଶୈବ ପୀଠ କୁ ବର୍ଷ ତମାମ ଶ୍ରଦ୍ଧାଳୁମାନଙ୍କ ର ଗହଳି ଲାଗିଥାଏ। ଏଠାରେ ସବୁଠାରୁ ବଡଯାତ୍ରା ଝାମୁଯାତ୍ରା । ବହୁ କାଳରୁ ଏଠାରେ ମହା ଶିବରାତ୍ରି ଓ ପାଟୁଆଯାତ୍ରା ଅନୁଷ୍ଠିତ ହୋଇଆସୁଛି । ବିଭିନ୍ନ ସମୟରେ ରାଜ୍ୟ ର ସହଶ୍ରାଧିକ ପର୍ଯ୍ୟଟକ ଏହି  ପୀଠ କୁ ଦର୍ଶନ ପାଇଁ ଆସିଥାନ୍ତି। ବହୁମାନଶିକ ଧାରୀ ଶ୍ରଦ୍ଧାଳୁ ନିଜର ମନସ୍କାମନା ପୂରଣପାଇଁ ଏହି ପୀଠକୁ ଆସିଥାନ୍ତି।ପ୍ରାୟ ଅଷ୍ଟମ ଶତାବ୍ଦୀ ର ଏହି ପ୍ରାଚୀନ ମନ୍ଦିର ଚିତ୍ରୋତ୍ପଳା ନଦୀବଢ଼ି ରେ କାଳକ୍ରମେ ଭାଙ୍ଗିରୁଜି ଯାଇଥିବା କୁହା ଯାଉଛି। କିମ୍ବଦନ୍ତୀ ଅନୁଯାଇ ନଦୀ ବଢି ସମୟରେ ଜଣେ ଭକ୍ତ ମିନ୍ଦର ର ପଛଭାଗ ପଶ୍ଚିମ ଦିଗରେ ରହିଥିଲେ କିନ୍ତୁ ଦର୍ଶନ ନିମନ୍ତେ ବ୍ୟାକୁଳ ଥିବାରୁ ଭକ୍ତ ଙ୍କୁ ଦର୍ଶନ ଦେବାକୁ  ଅନନ୍ତେସ୍ୱର ଙ୍କ ଦ୍ୱାର ପୂର୍ବ ଦିଗରୁ ପଶ୍ଚିମ ଦିଗକୁ ବୁଲିଯାଇଥିଲା। ମନ୍ଦିର ର ରକ୍ଷଣାବେକ୍ଷଣ ଗ୍ରାମବାସି ମାନଙ୍କ ଦ୍ୱାରା କରାଯାଉଛି।ପରିତାର ବିଷୟ ଯେ କେନ୍ଦ୍ରସରକାର ୨୦୦୯ ମସିହା ରେ ଏହା କୁ ପର୍ଯ୍ୟଟନ  ସ୍ଥଳୀ ର ମାନ୍ୟତା ପ୍ରଦାନ କରିଛନ୍ତି । ବର୍ଷା ଦିନରେ ପାଣି ଜମି ରହି ଥିବାରୁ ଜଳ ନିଷ୍କାସନ ବ୍ୟବସ୍ଥା,ଯାତ୍ରୀ ନିବାସ, ପାନୀୟ ଜଳ, ଅଲୋକି କାରଣ ବ୍ୟବସ୍ତା   ଉନ୍ନତିକରଣ ନିମନ୍ତେ ଆର୍ଥିକ ଅନୁଦାନ ଅଦ୍ୟାବଧି ମିଳିନଥିବା ବିଷୟ ଟ୍ରଷ୍ଟ ର କର୍ମକର୍ତ୍ତା ଓ ଗ୍ରାମ ବାସି ପ୍ରକାଶ କରିଛନ୍ତି। ତେବେ ଦେଖିବାକୁ ବାକିରହିଲା ସରକାର କେବେ ପ୍ରାଚୀନ ଶୈବ ପୀଠର ଉନ୍ନତି ନିମନ୍ତେ ପଦକ୍ଷପ ଗ୍ରହଣ କରୁଛନ୍ତି।  

କଟକ ଜିଲ୍ଲା ରୁ ପ୍ରସନ୍ନ କୁମାର ରାୟ 

ads

Blog Archive