ବିଦ୍ୟୁତ ଆଘାତରେ ମଇଁଷି ମୃତ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀକଲେ କ୍ଷତିଗ୍ରସ୍ତ ଚାଷୀ
ନିଶ୍ଚିତକୋଇଲି ----ସରକାର ବିଦ୍ୟାଳୟର ପରିବେଶକୁ ସୁନ୍ଦର ରଖିବା ସହିତ ପରିସ୍କାର ପରିଚ୍ଛନ୍ନ ପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି ।
କିନ୍ତୁ ଦୁର୍ଭାଗ୍ୟର କଥା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଏମିତି ଏକ ବିଦ୍ୟାଳୟ ରହିଛି, ଯେଉଁ ବିଦ୍ୟାଳୟ ପରିବେଶ ଦେଖିଲେ ଲଜ୍ଜ୍ୟାରେ ଆପଣଙ୍କ ମୁଣ୍ଡ ତଳକୁ ନଇଁଯିବ । ସ୍କୁଲ କର୍ତ୍ତୁପକ୍ଷଙ୍କ ଚରମ ଅବହେଳା ପାଇଁ ଆଜି ବିଦ୍ୟୁତ ଆଘାତରେ ଏହି ସ୍କୁଲ ପରିସରରେ ୨ଟି ମଇଁଷି ମୃତ୍ୟୁ ହୋଇଥିବା ବେଳେ, ଅଳ୍ପକେ ରକ୍ଷାପାଇ ଯାଇଛନ୍ତି ମଇଁଷିଆଳ । କେଣ୍ଟାଳ ପଞ୍ଚାୟତ ମଲ୍ଲିପୁର ଗାଁର ନଙ୍ଗୁଳି ଦାସ ନିଜ ମଇଁଷି ଗୁଡିକୁ ସବୁଦିନ ଭଳି ଆଜିବି ଚରାଇବା ପାଇଁ ନେଇଥିଲେ । ବିଦ୍ୟାଳୟ ମହାମାରୀ କରୋନା ଯୋଗୁଁ ବିଦ୍ୟାଳୟ ଜଙ୍ଗଲ ହୋଇଛି। କମଳା ନେହେରୁ ବାଳିକା ବିଦ୍ୟାଳୟ କର୍ମଚାରୀ ନଙ୍ଗୁଳି ଦାସଙ୍କୁ ସ୍କୁଲ ଭିତର ଗଛ ବୃଛ ଓ ଅରମା ଅପରିଷ୍କାର ହୋଇଥିବାରୁ ମଇଁଷି ପୁରେଇ ଏସବୁ ପରିସ୍କାର କରିଦେବାକୁ କହିଥିଲେ । ତେବେ ସ୍କୁଲ ଭିତରେ ବିଦ୍ୟୁତ ତାର ତଳେ ଛିଡ଼ିପଡ଼ିବା ଦେଖି ମଇଁଷି ଚାଷୀ ଜଣକ ମନା କରିବାରୁ, ସେଠାରେ କରେଣ୍ଟ ନାହିଁ ବୋଲି ସ୍କୁଲ କର୍ମଚାରୀ କହିଥିଲେ l
ଏହାକୁ ସତ ଭାବି ମଇଁଷି ଚରାଳି ସ୍କୁଲ ଭିତରେ ନିଜ ମଇଁଷି ଗୁଡିକ ଚରାଇବା ବେଳେ ବିଦ୍ୟୁତ ଆଘାତରେ ଘଟଣା ସ୍ଥଳୀରେ ୨ଟି ମୂଲ୍ୟବାନ ମଇଁଷିଙ୍କ ମୃତ୍ୟୁ
ଘଟିଥିଲା l
ଏହି ଘଟଣା ପାଇଁ ସ୍କୁଲ କର୍ମଚାରୀଙ୍କୁ ସମ୍ପୂର୍ଣ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ l
କଟକ ରୁ ପ୍ରସନ୍ନ କୁମାର ରାୟ ଙ୍କ ରିପୋର୍ଟ ଅମୃତ ନିଉଜ/ପ୍ରୟାସ ଟିଭି



