ଦଳିତ ଯୁବକଙ୍କୁ ଗୋରୁ ବନ୍ଧା ପିଟଣାରେ ଆକ୍ରମଣ ; ଯୁବକ ଗୁରୁତର
ଜଗତସିଂହପୁର----- ସାଧାରଣ ଲୋକେ ଭାରିଜାନ ଓ ମୋଟର ସାଇକେଲ ଯୋଗେ ଯାତାୟାତ କରିବା ସମୟରେ ବୁଲା ଗୋରୁ ଗାଈମାନଙ୍କ ଯୋଗୁଁ ଦୁର୍ଘଟଣାର ଶିକାର ହେଉଥିଲେ । ଏହାକୁ ନଜର କରି ଗୋରୁଙ୍କୁ ନ ଫିଟାଇ ବାନ୍ଧିବା ପାଇଁ ସରକାର ନିୟମ କରିଛନ୍ତି। ହେଲେ ସମସ୍ତ ସରକାରଙ୍କ ନିୟମକୁ ଫୁ କରିଦେଉଛନ୍ତି ସାଧାରଣ ଜନତା । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଧିନ ନାରଦିଆ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ । ସୂଚନା ମୁତାବକ ସରସ୍ୱତୀ ମହାରଣା ରାସ୍ତା କରରେ ବାନ୍ଧିଥିବା ଗୋରୁକୁ ଘରକୁ ଆଣୁଥିବା ସମୟରେ ଜିତୁ ଦାସଙ୍କ ସାଇକେଲରେ ଗୋରୁ ଦୌଡ଼ି ଲାଗିଯାଇଥିଲା । ଜିତୁ ତଳେ ପଡିଯିବାରୁ ରାଗିଯାଇ ଜିତୁ ଏବଂ ତାଙ୍କ ପରିବାର ଲୋକେ ସରସ୍ୱତୀ ମହାରଣାଙ୍କ ଘରକୁ ଢେଲା ପଥର ଫିଙ୍ଗିବା ସହ କବାଟ, ଝରକା ବାଡେଇ ଅଶୀଳ ଭାଷାରେ ଗାଳିଗୁଲଜ କରିଥିବା ଜଣାପଡିଛି । ତେବେ ଜିତୁ ଦାସଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ଏରସମା ଗୋଷ୍ଟି ସ୍ୱାସ୍ତ କେନ୍ଦ୍ର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ ଉଭୟ ପକ୍ଷ ସ୍ଥାନୀୟ ଏରସମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସରସ୍ୱତୀ ମହାରଣା ଓ ତାଙ୍କ ପୁତୁରା ସରୋଜିତ ମହାରଣା ମତ ପ୍ରକାଶ କରି କହିଛନ୍ତି ଯେ ଜିତୁ ଦାସ ସାଇକେଲ ଯୋଗେ ରାସ୍ତାରେ ଆସୁଥିବା ବେଳେ ଗୋରୁ ଦେହରେ ପିଟି ହୋଇ ତଳେ ପଡିଯାଇଥିଲା,ପରେ ସରସ୍ୱତୀ ମହାରଣାଙ୍କ ଗୋରୁ ଖୁଣ୍ଟ, ପିଟଣା ଛଡେଇବା ସହିତ ଅଶୀଳ ଇଙ୍ଗିତ କରି ଗାଳିଗୁଲଜ କରି ମାଡ଼ ମାରିଥିବା କହିଛନ୍ତି ।
ଉଭୟ ପକ୍ଷଙ୍କ ଅଭିଯୋଗ ଆଧାରରେ ଏରସମା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମାଝୀ ତଦନ୍ତ ଜାରି ରଖିଛନ୍ତି ।




