ads

Breaking News

୩୧୬ ନଂ ଜାତୀୟ ରାଜପଥ ଅସୁରକ୍ଷିତ ; ମହିଳାଙ୍କ ଠାରୁ ଲୁଟ ଉଦ୍ୟମ

 ପିପିଲି---- -ପୁରୀ ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତ ପାଲିଟିଛି । ଦିନ ହେଉ କି ରାତି ଲୋକମାନେ ଯାତାୟତ କରିବାକୁ ଡରିଲେଣି । ଗତ କିଛି ଦିନହେବ ଲୁଟେରା ମାନେ କାହାକୁ ଖାତିରି ନକରି ଲୁଟ କରି ଚାଲିଛନ୍ତି । କେଉଁଟି ବିଫଳ ହେଉଛନ୍ତି ତ କେଉଁଠି ସଫଳ ହେଉଛନ୍ତି । ପୋଲିସକୁ ଲୁଟେରା ମାନେ ଖୋଲା ଖୋଲି ଭାବେ ଚ୍ୟାଲେଞ୍ଜ ଦେଇ ଲୁଟ କରି ଚାଲିଛନ୍ତି । ଲୁଟେରା ମାନଙ୍କର ପିପିଲି ବାି ପାସ ଠାରୁ ପୁରୀ ପର୍ଯ୍ୟନ୍ତ ଭୁସ୍ୱର୍ଗ ପାଲିଟିଛି । କାରଣ ରାସ୍ତା କରରେ ଥିବା ଥାନା ପକ୍ଷରୁ ସେପରି ଲୁଟେରା ମାନଙ୍କୁ ଧରିବା ପାଇଁ ସେପରି କୌଣସି ନକ୍ସା ତିଆରି ହୋଇ ପାରୁନାହିଁ । ରାଜପଥ ଉପରେ ଗୋଟେ ପରେ ଗୋଟେ ଆକ୍ରମଣ କରି ଲୁଟ କରୁଥିବା ବେଳେ ପୁଲିସ ସେମାନଙ୍କୁ ଧରିବାରେ ବିଫଳ ହେଉଛି । ଦେଖିବାକୁ ଗଲେ ଏକ ସପ୍ତାହ ଭିତରେ ପ୍ରତ୍ୟକ ଦିନ ଲୁଟ ହୋଇଥିବା ଜଣାପଡିଛି । ଲୁଟେରା ମାନେ ତେଇସିପୁର ଅଞ୍ଚଳର ଜଣେ ମହିଳା ପିପିଲିରୁ ସଂଧ୍ୟ୍ୟା ସମୟରେ ଅଟୋ ଯୋଗେ ଘରକୁ ଫେରୁଥିଲେ ।   ମଙ୍ଗଳପୁର ପେଟ୍ରୋଲ ପମ୍ପ ନିକଟରେ ତିନି ଜଣ ଯୁବକ ବାଇକି ରେ ଆସି ତାଙ୍କ ଭ୍ୟାନିଟିକୁ ଛଡାଇବା ପାଇଁ ଉଦ୍ୟମ କରିଥିଲେ । ମାତ୍ର ଭ୍ୟାନିଟି ନେଇ ପାରିନଥିଲେ ।ମହିଳାଙ୍କ ସାହସ ଆଗରେ ଲୁଟେରା ମାନେ ବିଫଳ ହୋଇଥିଲେ । ଲୁଟେରା ମାନେ  ଖସି ପଳାଇବାରେ ସକ୍ଷମ ହୋଇଥିଲେ । ପୁଲିସ ପେଟ୍ରୋଲିଂ ଅଭାବରୁ ଲୁଟେରା ମାନେ ମାତି ଥିବା ସ୍ଥାନୀୟ ଲୋକମାନେ କହନ୍ତି । ପୁରୀ ଏସ୍ପି ଏହି ଘଟଣାକୁ ଗୁରୁତର ଭାବେ ବିଚାରକୁ ନେଇ ପେଟ୍ରୋଲିଂ କଡାକଡି କରିବା ସହିତ ଲୁଟେରା ମାନଙ୍କୁ ଗିରଫ କରିବାକୁ ଜନସାଧାରଣରେ ଦାବି  

 ପିପିଲିରୁ ବିଜୟ କୁମାର ମହାପାତ୍ର    

ads

Blog Archive