ଅଗ୍ନିକାଣ୍ଡରେ ୫ବଖରା ପୋଡିଗଲା , ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ
ଡେଲାଙ୍ଗ---- ଡେଲାଙ୍ଗ ଥାନା ଅନ୍ତର୍ଗତ ଶ୍ରୀପୁରୁଷତମପୁର ପଞ୍ଚାୟତ ଅଧିନସ୍ଥ ଥେଣ୍ଟେଣା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୫ବଖାର ଘର ପୋଡି ପାଉଁଶ ହୋଇଯାଇଛି । ଶୁକ୍ରବାର ଦିନ ୧୦.୨୦ ସମୟରେ ଥେଣ୍ଟେଣା ଗ୍ରାମର କାଳନ୍ଦୀ ଚରଣ ବାରିକ ଓ ଦୃର୍ଗାଚରଣ ବାରିକଙ୍କ ଘରେ ହଠାତ ନିଆଁ ଲାଗିଯିବାରୁ ୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଡେଲାଙ୍ଗ ଅଗ୍ନିବିଭାଗର ଦୁଇଟି ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଅଗ୍ନିବିଭାଗର ହାବିଲଦାର ଜୟରାମ ସାହୁ ଙ୍କ ନେତୃତ୍ୱରେ ଆଗ୍ନିକ ସୁକାନ୍ତ ପ୍ରଧାନ,ଶ୍ରିନିବାସ ସାହୁ,ସାରଦା ପ୍ରସାଦ ଜେନା,ପ୍ରକାସ ଚନ୍ଦ୍ର ସେଠୀ,ପ୍ରସାନ୍ତ କୁମାର ସେଠୀ ଓ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ନିଆଁକୁ ଆୟତ କରିଥିଲେ । କାଳନ୍ଦୀ ଚରଣ ବାରିକଙ୍କ ୩ବଖରା ଘର ଓ ଦୃର୍ଗାଚରଣ ବାରିକଙ୍କର ୨ବଖରା ଘର ଜଳି ଯିବା ସହିତ ଘରେ ଥିବା ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି । ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର କୁମାର ଆଚାରିଆ ଘଟଣାସ୍ଥଳେ ପହଂଚି ବିପନ୍ନ ପରିବାରଙ୍କର ସ୍ଥାନୀୟ ରାଜସ୍ୱ ନିରିକ୍ଷକ ଦ୍ୱାରା କ୍ଷୟକ୍ଷତି ଆକଳନ ସହିତ ସରଜମିନ ତଦନ୍ତ କରିବା ପାଇଁ ନିଦ୍ଦେର୍ଶ ଦେଇଥିବା ଜଣାପଡିଛି । ଅଗ୍ନିକାଣ୍ଡର କାରଣ ସଠିକ ଜଣାପଡି ନାହିଁ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତ



