ମହାରଥି ଙ୍କ ଆଶୁ ଆରୋଗ୍ୟ ପାଇଁ ମସଜିଦ୍ ରେ ସମୁହ ପ୍ରାର୍ଥନା
ଡେଲାଙ୍ଗ--- ଡେଲାଙ୍ଗ ବ୍ଲକର ଖେଲଉର ପଞ୍ଚାୟତ ଅଧିନସ୍ଥ ଯାଜପୁର ସୁନି ମସଜିଦ୍ ଠାରେ ମୁସୁଲିମ ମାନଙ୍କ ଦ୍ୱାରା ମହାମାରୀ କରୋନା କବଳରୁ ବିଧାୟକ ପ୍ରଦୀପ ମହାରଥି ଙ୍କର ଆଶୁ ଆରୋଗ୍ୟ କାମନା କରି ଧର୍ମଗୁରୁ ଜିଲାନୀ ଆଜହାରୀ ଙ୍କ ନେତୃତ୍ୱରେ ସମୁହ ପ୍ରାର୍ଥନା କରାଯାଇଛି । ଏହି ପ୍ରାର୍ଥନା ପ୍ରାୟ ୪୫ ମିନିଟ୍ ଧରି ଅନୁଷ୍ଠିତ ହୋଇଥିଲା । ଶେଖ ରହେମ୍ମଦ(ଧଡିଆ)ଙ୍କ ସହଯୋଗରେ ଅନୁର ଖାଁ,କମର ଅଲ୍ଲିଖାଁ,ନୁର ଖାଁ,ଗୁମାନ ଖାଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ସମୁହ ପ୍ରାର୍ଥନାରେ ମୁଖ୍ୟ ଅତିଥିଭାବେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଯୋଗ ଦେଇ ପ୍ରଭୁ ଆଲ୍ଲାଙ୍କ ନିକଟରେ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି



