ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଦାବି ପତ୍ର ପ୍ରଦାନ
ଶୁକ୍ରବାର ଦିନ ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁଶାନ୍ତ ସାହୁ ଙ୍କ ନେତୃତ୍ୱରେ ଏବଂ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଭିଳାଷ ପତି ଙ୍କ ଉପସ୍ଥିତି ରେ ଏକ ପ୍ରତିନିଧି ଦଳ ବରଗଡ଼ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ମିର୍ଦ୍ଧା ଟପୋଙ୍କ ସହିତ ସାକ୍ଷାତ କରିଥିଲେ । ବରଗଡ଼ ଜିଲ୍ଲାରେ ରେ ଦେଖାଯାଉଥିବା କରୋନା ପରିସ୍ଥିତି କୁ ଆଖିଆଗରେ ରଖି ହଜାରେ ଶଯ୍ୟା ବିଶିଷ୍ଟ ନୂତନ କୋଭିଡ୍ ହସ୍ପିଟାଲ୍ ,ଶହେ ଭେଣ୍ଟିଲେଟର ସହ ଆଇ.ସି.ୟୁ ଏବଂ ସ୍ଵତନ୍ତ୍ର ଦଶ ଟି ଆମ୍ବୁଲାନ୍ସ ଯୋଗାଇ ଦେବାକୁ ଦାବି କରିଥିଲେ । ଏହା ସହିତ କରାେନା ରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତି ଙ୍କୁ ସସମ୍ମାନେ ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ଶବଦାହ ଓ ଆଶା କର୍ମୀଙ୍କ ଦ୍ବାରା ଆରଟି-ପିଶିଆର ଟେଷ୍ଟ କରାଯାଉ ବୋଲି ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ! ଅଭିଳାଷ ପତି,ଛାତ୍ର ନେତା ଅଭିଷେକ ନାୟକ, ଗୋବିନ୍ଦ ମେହେର, ସୁବୋଧ ସ୍ୱାଈ, ଆନନ୍ଦ ମେହେର, ପପୁ କୁମ୍ଭାର, ଅମିତ ଆଚାର୍ଯ୍ୟ ନେତୃତ୍ୱ ନେଇଥିଲେ । ବରଗଡ଼ ପ୍ରଶାସନ ଙ୍କୁ ଚେତାଇ ଦିଆଯାଉଛି ଯେ ଆଗାମୀ ୧୦ଦିନ ମଧ୍ୟରେ ଯଦି ଉଚିତ୍ ପଦକ୍ଷେପ ନ ନିଆ ଯାଏ ତା ହେଲେ ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍....





