ରିଲିଫ ପ୍ରଦାନରେ ପାତରଅନ୍ତର ଅଭିଯୋଗକରି ପଞ୍ଚାୟତ ଆଗରେ ଧାରଣା ଓ ରାସ୍ତାରୋକ
ଜଗତସିଂହପୁର---- ଜଗତସିଂହପୁର ଜିଲ୍ଲାପାଳଙ୍କ ନିଜ ପଞ୍ଚାୟତ ତିର୍ତ୍ତୋଲ ବ୍ଲକ ଗୋପାଳପୁର (ଏସ) ପଞ୍ଚାୟତରେ ରିଲିଫ ପ୍ରଦାନରେ ପାତରଅନ୍ତର କରାଯାଇଥିବା ପ୍ରତିବାଦରେ ଶନିବାର ପଞ୍ଚାୟତ କାର୍ଯ୍ୟାଳୟ ଆରରେ ଧାରଣା ସହ ସମ୍ମୁଖ ରାସ୍ତାକୁ ଅବରୋଧ କରାଯାଇ ରାସ୍ତାରୋକ କରାଯାଇଥିଲା । ଆନ୍ଦୋଳନକାରୀ ମାନେ ବନ୍ଯା କ୍ଷତିଗସ୍ତଙ୍କୁ ରିଲିଫ ସହ ଅନ୍ୟ ସହାୟତା ପ୍ରଦାନ ପାଇଁ ଦାବୀ କରିଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏଠାରୁ ବଦଳି ପାଇଁ ଦାବୀକରି ନାରାବାଜି କରିଥିଲେ ।ଏସମ୍ପର୍କରେ ବିଡିଓ ଅଟଳ ବିହାରୀ ସ୍ବାଇଁଙ୍କ ସହ ଫୋନରେ ଯୋଗାଯୋଗ କରିବାପରେ ଧାରଣା ପ୍ରତ୍ୟାହୁତ ହୋଇଥିଲା । ଏହି ଧାରଣାରେ ସଞ୍ଜୁକ୍ତା ପୃଷ୍ଟି, କବିତା ପୃଷ୍ଟି, ଟୁନି ପୃଷ୍ଟି, ସୁଲୋଚନା ପୃଷ୍ଟି, ଜୟନ୍ତି ପୃଷ୍ଟି, ଅନିତା ପୃଷ୍ଟି, ଆରତି ପୃଷ୍ଟି, ସୁଲୋଚନା ମଲ୍ଲିକ, ରାନୁ ମଲ୍ଲିକ, ଜୟା ଦାସ, ଗୀତାଞ୍ଜଳି ମଲ୍ଲିକ, ଅନୁସୟା ଦାସ, ଡଲି ଦାସ, ମାତାଜୀ ମଲ୍ଲିକ, ରେବତୀ ପୃଷ୍ଟି, ପ୍ରତିମା ବେହେରା, କ୍ଷୀର ଗୋଛାୟତ, ମମତା ଗୋଛାୟତ, ଛବି ବାରିକ, ଅଞ୍ଜନା ପୃଷ୍ଟି, ବାସନ୍ତି ପୃଷ୍ଟି ପ୍ରମୁଖ ସାମିଲ ହୋଇଥିଲେ। ଭାଜପା ମହିଳା ମଣ୍ଡଳ ସଭାନେତ୍ରୀ ନମିତା ସେନାପତିଙ୍କ ନେତୃତ୍ବରେ ଜିଲା ସମ୍ପାଦକ ବିଜୟ ଦାଶ, ଯୁବ ମୋର୍ଚ୍ଚା ସଭାପତି ଜ୍ୟୋତିରଞ୍ଜନ ସାହୁ, ବିରାଜ ମୋହନ ମହାପାତ୍ର, ବିଜୟ ବିଶ୍ବାଳ ପ୍ରମୁଖ ପହଞ୍ଚି ସେମାନଙ୍କୁ ସମର୍ଥନ ପ୍ରଦାନ କରିଥିଲେ।
ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର



