ads

Breaking News

କଂଗ୍ରେସ ଦଳ ଛାଡିଥିବା ନେତା କଂଗ୍ରେସରୁ ସୁବିଧା ନେଇ ବିଜେପିରୁ ସୁବିଧା ହାସଲ ପାଇଁ ଯାଇଛନ୍ତି


ତିର୍ତ୍ତୋଲ  -----  ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳିରୁ ଜାତୀୟ କଂଗ୍ରେସରୁ ଦୁଇଥର ପ୍ରାର୍ଥୀ ହୋଇଥିବା ଆଇନଜୀବି ରାଜକିଶୋର ବେହେରା, ତିର୍ତ୍ତୋଲ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦିପ କୁମାର ନାୟକ ଓ ଅନ୍ୟମାନେ ବିଜେପିରେ ଯୋଗଦେଇଛନ୍ତି ।   ତାଙ୍କ ବିରୋଧରେ ବିଶୋଦଗାର କଳିଛନ୍ତି କଂଗ୍ରେସର ନେତାମାନେ। ଆଜି ତିର୍ତ୍ତୋଲ ସ୍ଥିତ ଆନନ୍ଦ ମଣ୍ଡପ ପରିସରରେ  ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସରୁ ସୁବିଧା ନେଇ ଦଳ ସହିତ ବେଇମାନ କରି ବଜେପି ଦଳରେ ମିଶିଛନ୍ତି ବୋଲି  କହିଛନ୍ତି। ଏମାନଙ୍କ ପ୍କୃତ ପରିଚୟ ଆଗାମି ଦିନରେ ରାଜ୍ୟବାସୀ ଜାଣିଯିବେ ବୋଲି ସୂଚନା  ଦେଇଥିଲେ। ମିଛ ପ୍ରଲୋଭନ ଦେଖାଇ କେତେକ ପିଆରଆଇ ସଦସ୍ୟଙ୍କୁ ଭୁବନେଶ୍ବର ନେଇ ଯେଉଁ ମୁଣ୍ଡ ଗଣତି କରାଇଛନ୍ତି ସେମାନେ କଂଗ୍ରେସ ଛାଡିନାହାନ୍ତି ଓ ଆଗାମି ଦିନରେ ସେମାନେ ଅସଲ କଥା ହୋସିଆଲ ମିଡିଆରେ ଖୁଲାସା କରିବେ ବୋଲି ସୂଚନା ଦେଇଛନ୍ତି। ଏଥିରେ ବ୍ଲକ କଂଗ୍ରେସ ସଭାପତି ଅକ୍ଷୟ କୁମାର ଦାସ, ପିସିସି ସମ୍ପାଦକ ନାରାୟଣ ରାଉଳ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳି ଯୁବ କଂଗ୍ରେସ ସଭାପତି ବେଦଦ୍ୟୁତି ପୃଷ୍ଟି, କନକପୁର ସମିତିସଭ୍ୟ ଅଜୟ ରାଉଳ ପ୍ରମୁଖ ଉପସ୍ଥିତ ରହି  ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରିଛନ୍ତି।
  ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର

ads

Blog Archive

Popular Posts