ads

Breaking News

ବିଜୁ ଜନତା ଦଳ କାର୍ଯ୍ୟାଳୟର ଶୁଭ ଉଦଘାଟନୀ ଉତ୍ସବ ଅନୁଷ୍ଠିତ



ଆସ୍କା   --- ଆସ୍କା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ କାର୍ଯ୍ୟାଳୟର ଶୁଭ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ କାର୍ଯ୍ୟାଳୟ କୁ ଉଦଘାଟନ କରିଛନ୍ତି ।ଆସ୍କା ବିଧାୟିକା ମଞ୍ଜୁଳା ସ୍ୱାଇଁ ,ମୋ ପରିବାର ଜିଲ୍ଲା ସଂଯୋଜକ ସୁବାଷ ଚନ୍ଦ୍ର ମହାରଣା, ଜିଲ୍ଲା ସଭାନେତ୍ରୀ ସଂଘମିତ୍ରା ଦଳେଇ, ପଞ୍ଚାୟତ ସମିତି ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ, ଯୁବ ସମାଜସେବୀ ନଚିକେତା ସ୍ୱାଇଁ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଆସ୍କା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ | ଆସ୍କା ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନକୁ ମଜବୁତ କରିବା ସହ ଲୋକଙ୍କ ସମସ୍ୟାର ସମାଧାନ କରିବା ଦିଗରେ କାର୍ଯ୍ୟାଳୟ  ଲୋକଙ୍କ ସେବାରେ ଆସିବ ବୋଲି ମତ ପ୍ରକାଶ ପାଇଛି । 
ଧରାକୋଟ ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ 

ads

Blog Archive