ads

Breaking News

କରୋନା ଯୋଦ୍ଧାଙ୍କୁ ମାରୁତୀ ସେନା ପକ୍ଷରୁ ସମ୍ମାନୀତ


ସାକ୍ଷୀଗୋପାଳ  ------ କରୋନା ଯୋଦ୍ଧା ଭାବେ ପୋଲିସ, ଡାକ୍ତର, ସାମ୍ବାଦିକ, ଅଙ୍ଗନୱାଡି, ଆଶା ଦିଦି ଓ ପଞ୍ଚାୟତର ସରପଞ୍ଚ ମାନଙ୍କୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।  ସତ୍ୟବାଦୀ ମାରୁତୀ ସେନା ପକ୍ଷରୁ  ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କୁ ଉପଢ଼ୌକନ ସହ ମାନପତ୍ର ଓ ଫୁଲତୋଡା ଦେଇ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଛି । ଏହା ସହିତ ସାମ୍ବାଦିକ ଧୀରେନ୍ଦ୍ର ସେନାପତି ଓ ଥାନା ଏସଆଇ ବସନ୍ତ କୁମାର ଜେନା, ଏ ଏସଆଇ ବୈଷ୍ଠବ ମହାରଣା, ବଟ କିଶୋର ସାହୁ, ମଞ୍ଜୁଲତା ଦେଇଙ୍କୁ  କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଛି । ମାରୁତୀ ସେନାର ସତ୍ୟବାଦୀ ଶାଖାର ସଭାପତି ସନ୍ତୋଷ କୁମାର ମହାପାତ୍ରଙ୍କ ସହିତ ଅନିଲ ସ୍ୱାଇଁ, ସାରଦା ମିଶ୍ର, ଶ୍ରୀକାନ୍ତ ସାହୁ, ଜଗତ ପ୍ରଧାନ, ତେଫାନ ବିଶ୍ୱାଳ, ସ୍ୟାମ ଶଙ୍କର ପ୍ରଧାନ, ମିଲନ ସାହୁ, ସରୋଜ ରାଉତ ବଳଭଦ୍ର ସାସମଲ ପ୍ରମୁଖ ଉପସ୍ଥିତ ରହିଥିଲେ ।  ଅନୁଷ୍ଠାନ ପକ୍ଷରୁ  ରକ୍ତଦାନ, ଅସହାୟ ପରିବାରଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ ଓ ବୁଲା ଗାଇ ଗୋରୁ, କୁକୁର ପଣୁ ପକ୍ଷୀ ମାନଙ୍କୁ ରନ୍ଧାଖାଦ୍ୟ ଓ ଫଳମୂଳ ପ୍ରଦାନ କରାଯାଉଛି ବୋଲି ମାରୁତୀ ସେନାର ରାଜ୍ୟ ସଭାପତି ପଫୁ ଦଳବେହେରା  ସୁଚନା ଦେଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts