ads

Breaking News

ବରୀ ପୋଲିସ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ


ବରୀ- ରାଜ୍ୟ ପୋଲିସ ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲ୍ଲା ବରୀ ପୋଲିସ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି। ବରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ରଙ୍କ ନେତୃତ୍ୱରେ ଏସ ଆଇ ନାରାୟଣ ପ୍ରସାଦ ବେହେରା ,ଏ ଏସ ଆଇ ପ୍ରତାପ କୁମାର ଗଡ଼ନାୟକ, ଶରତ ବେହେରା, କନଷ୍ଟେବଳ ଗଙ୍ଗାଧର ଦାସ, ବିରେନ୍ଦ୍ର ମିଶ୍ର,ତାପସ କୁମାର  ରାଉତରାୟ , ବିଦ୍ୟାପତି ପଲାଇ (ପପୀ),ଶରତ ଦ୍ବିବେଦୀ, ମନୋରଞ୍ଜନ ରାଉତ,ମୋଚିରାମ ଟୁଡୁ,ମେଘୁଆ ଜେନା,ସୀମାରଣୀ ସେଠୀ ,ସୌମ୍ୟ ରଂଜନ ଧଳ, ବିଜୟଲାଷ୍ମୀ ସାହୁ,ପପୁନା ପ୍ରଧାନ,ଜଗବନ୍ଧୁ ପ୍ରଧାନ, ଲାଲମୋହନ ତିରିଆ, ହାବିଲଦାର, ଗୃହରକ୍ଷୀ ସହ ସମସ୍ତ ପୋଲିସ କର୍ମଚାରୀ ବରୀ ପେଟ୍ରୋଲ ପମ୍ପ ନିକଟରେ ଉପସ୍ଥିତ ରହିଥିଲେ । ସେଠାରୁ କରୋନା ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ଓ ହାତରେ ପ୍ଲା-କାର୍ଡ ଧରି ବରୀ ବଜାର,ତଳ ବଜାର,ବରୀ ଦରଗା ପଦଯାତ୍ରା କରି ଲୋକଙ୍କୁ ସଚେତନ କରିଥିଲେ। ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ, ସାବୁନରେ ହାତ ଧୁଅନ୍ତୁ, ସର୍ବଦା ମାକ୍ସ ମୁହଁରେ ପିନ୍ଧନ୍ତୁ, ସାମାଜିକ ଦୂରତା ରକ୍ଷା ରକ୍ଷା କରି କାର୍ଯ୍ୟ କରନ୍ତୁ, ଏସବୁ ନାରବାଜି ଦେଇଥିଲେ। କରୋନା ମହାମାରୀ ଜନିତ ରୋଗ ମୁକବିଲାରେ ସହଯୋଗ କରିବାକୁ ଲୋକମାଙ୍କୁ ଅନୁରୋଧ କରିଥିଲେ। 
ବରୀ ରୁ ଦର୍ଶନ ବେହେରା

ads

Blog Archive

Popular Posts