କରୋନା ସଚେତନତା ପାଇଁ ସ୍ୱତନ୍ତ୍ର ପଞ୍ଚାୟତ ସମିତି ବୈଠକ
କୁଜଙ୍ଗ----- ତିର୍ତ୍ତୋଲ ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ହାତ ଧୋଇବା ସମ୍ପର୍କରେ ସଚେତନ ସହ ଏହାର ଡେମୋ ପ୍ରଦର୍ଶନ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡିଓ ରଞ୍ଜନ କୁମାର ପରିଡା ସଭାପତିତ୍ୱ କରିଥିଲେ । କରୋନା ସମ୍ପର୍କରେ ସରକାରଙ୍କ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶାବଳି ସମ୍ପର୍କରେ ଆଲେଚନା କରାଯାଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ର ମାଧ୍ୟମରେ ପ୍ରଦାନ କରାଯାଉଥିବା ସୁବିଧା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ଏଥିରେ ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ଉପାଧ୍ୟକ୍ଷ ଆଶିଷ ସେଠୀ, ଜିଲାପରିଷଦ ସଭ୍ୟ ପ୍ରବୀର ରାୟ, ସନାତନ ଦଳାଇ, ପାରାଦୀପ ବିଧାୟକଙ୍କ ପ୍ରତିନିଧି ଶରତ ଦାସ, ଜିପିଓ ହିଂମାଶୁ ନାୟକ, ଆତ୍ମା ଚେୟାରମ୍ୟାନ ବସନ୍ତ ମହାପାତ୍ର, ସରପଞ୍ଚ କୃଷ୍ଣ ପ୍ରସାଦ ଦାସ, ବସନ୍ତ ସେଠୀ, ବେଦଦ୍ୟୁତି ପୃଷ୍ଟି, ମନୋରଞ୍ଜନ ମହାପାତ୍ର, ଧନଞ୍ଜୟ ସୂତାର ପ୍ରମୁଖ ଉପସ୍ଥିତ ରହିଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର

