ads

Breaking News

ଅଇନିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ମିଶ୍ରଣକୁ ବିରୋଧ

କୁଜଙ୍ଗ---  ତିର୍ତ୍ତୋଲ ବ୍ଲକ ଅଇନିପୁର ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଅନ୍ୟ ବିଦ୍ୟାଳୟ ସହ ମିଶ୍ରଣ ନିଷ୍ପତିକୁ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ତରଫରୁ ବିରୋଧ କରାଯାଇଛି । ଏସମ୍ପର୍କରେ ଜଗତସିଂହପୁର ଜିଲାପାଳଙ୍କ ନିକଟରେ ଲିଖିତ ଭାବରେ ଅଭିଯୋଗ ହୋଇଛି । ଏଥିରେ ଉକ୍ତ ବିଦ୍ୟାଳୟକୁ ଅନ୍ୟ ବିଦ୍ୟାଳୟ ସହ ମିଶ୍ରଣ ନିଷ୍ପତିର ପୁନଃବିଚାର କରାଯିବା ସହ ବିଦ୍ୟାଳୟ ବନ୍ଦ ନକରିବାକୁ ଦାବୀ ହୋଇଛି । ଏହି ବିଦ୍ୟାଳକୁ ବନ୍ଦକରି ଦିଆଯାଇ ନିକଟସ୍ଥ ଧୁଆଁପାରି ସରକାରୀ ବିଦ୍ୟାଳୟରେ ମିଶ୍ରଣ ନିଷ୍ପତି ହୋଇଛି । ବିଦ୍ୟାଳୟଟି ଗ୍ରାମଠାରୁ ୨କିମି ଦୂରରେ ଥିବାରୁ ଏଠାକୁ ପିଲାମାନେ ଯିବା କଷ୍ଟସାଧ୍ୟ ହେବ । ଏଥିସହ ଗ୍ରାମ୍ୟ ବିବାଦ କାରଣରୁ ପିଲାମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବ । ଗ୍ରାମବାସୀଙ୍କ ଅଗୋଚରରେ ବିନା ନୋଟିସରେ ଏହି ବିଦ୍ୟାଳୟୁ ଅନ୍ୟ ବିଦ୍ୟାଳୟ ସହ ମିଶ୍ରଣ ନିଷ୍ପତି ହୋଇଥିବାରୁ ଏହାକୁ ଗ୍ରାମବାସୀମାନେ ବିରୋଧ କରୁଛନ୍ତି । ଗ୍ରାମରେ ଅନ୍ୟ କୌଣସି ବିଦ୍ୟାଳୟ ନଥିବାରୁ ଚଳିତ ବର୍ଷ ନିମନ୍ତେ ଏହି ନିଷ୍ପତି ପ୍ରତ୍ୟାହାର ସହ ବିଦ୍ୟାଳୟ ଖୋଲାଯିବା ନିମନ୍ତେ ଏଥିରେ ଦର୍ଶାଯାଇଛି ।  ପରିଚାଳନା କମିଟିର ସଭାପତି ନିତ୍ୟାନନ୍ଦ ମହାରଣା, ହରପ୍ରିୟା ମଲ୍ଲିକ, ଲକ୍ଷ୍ମୀପ୍ରିୟା ମଲ୍ଲିକ, ବସନ୍ତ ସ୍ୱାଇଁଙ୍କ ସହ ଶତାଧିକ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଏହି ଦାବୀପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

ads

Blog Archive

Popular Posts