ads

Breaking News

ବାନର ସେନା ପକ୍ଷରୁ କୋଣାର୍କ ଥାନା ପରିସର ସଫେଇ

କୋଣାର୍କ---- କୋଣାର୍କର ବାନର ସେନା  ସ୍ୱେଛାସେବୀ ସଙ୍ଗଠନ ପକ୍ଷରୁ କୋଣାର୍କ ଥାନା ପରିସରରେ ପଡିରହିଥିବା ଅଳିଆ ଅବର୍ଜନାକୁ ସଫେଇ କରାଯାଇଛି । ବାନରସେନାର ସଭାପତି ମନୋଜ କୁମାର ନାୟକଙ୍କ ନେତୃତ୍ୱରେ ସଫେଇ କରାଯାଇଥିଲା ।  ବିଭାସଦେବ ମହାପାତ୍ର, ବିରଞ୍ଚିଦେବ ମହାପାତ୍ର, ରାମଚନ୍ଦ୍ର ପଣ୍ଡା, ସମୀର ନାୟକ, ମାନସ କୁମାର ନାୟକଙ୍କ ସମେତ ୧୫ରୁ ଅଧିକ ସ୍ୱେଛାସେବୀ ଥାନା ପରିସରରେ ବିଭିନ୍ନ ଘଟଣା ଦୂର୍ଘଟଣାରରେ ଜବତ ହୋଇ ଦୀର୍ଘ ଦିନରୁ ପଡିରହିଥିବା ଦୁଇଚକିଆ ଯାନକୁ ଅନ୍ୟତ୍ର ସ୍ଥାନନ୍ତର କରିଥିବା ବେଳେ କୋଣାର୍କ ଥାନା ପରିସରରେ ପଡିରହିଥିବା ଅଳିଆ ଅବର୍ଜନାକୁ ସଫେଇ କରିଥିଲେ । କୋରନା ଭୁତାଣୁ କୋଭିଡ-୧୯ ସଂକ୍ରମରୁ ବିର୍ତ୍ତିବା ପାଇଁ ସ୍ୱେଛାସେବୀ ମାନେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ ରହିବାପାଇଁ ପରାମର୍ଶ ଦେଇଥିଲେ । କୋଣାର୍କ ଥାନାକୁ ସ୍ୱଚ୍ଛ ସବୁଜ ଥାନରେ ପରିଣତ କରିବା ଆମର ଲକ୍ଷ ବୋଲି ବାନରସେନାର କର୍ମକର୍ତ୍ତାମାନେ କହିଛନ୍ତି । ଏହି ସଫେଇ କାର୍ଯ୍ୟକ୍ରମ ବେଳେ କୋଣାର୍କ ଥାନାଧିକାରୀ ରଞ୍ଜନ ମଲ୍ଲିକଙ୍କ ସମେତ ଥାନାର ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ 

ads

Blog Archive

Popular Posts