ads

Breaking News

ରାସ୍ତା କଡରୁ ମୃତ ଯୁବକର ଶବ ଉଦ୍ଧାର

  ବରୀ---ବରୀ ବ୍ଲକ ଅଧିନ ରମ୍ପା ପଞ୍ଚାୟତର  ନେଉଳା- ପଘିରା ମୁଖ୍ୟ ରାସ୍ତା କଡରୁ ବରୀ ପୋଲିସ ଏକ ମୃତ ଯୁବକର ଶବକୁ ଉଦ୍ଧାର କରିଛି ।  ଥାନାରେ ଏକ ଅପମୃତ୍ୟୁ ମାମଲା ୬/୨୦ ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି ।  ମୃତ ଯୁବକର ଶବକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ କରାଯାଇଛି ।  ପୋଲିସ ପ୍ରାଥମିକ ତଦନ୍ତରୁ ମୃତ ଯୁବର ପରିଚୟ ପାଇଛି । ଯୁବକର ନାମ ଅମୁଲ୍ୟ କୁମାର ଦୁବାଇ(୫୦) ଘର ଯାଜପୁର ଥାନା ଅଧିନ ମାର୍କଣ୍ଡପୁର ଗ୍ରାମରେ ବୋଲି ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଯୁବକ ଜଣଙ୍କ ନିଶାଡି ବୋଲି ପୋଲିସ କହୁଛି । ସ୍ଥାନୀୟ ବରୀ ମାଉଣ୍ଡ ବଜାରରେ ଯାତ୍ରୀବାହୀ ବସ୍ ରେ ହେଲ୍ପରିଙ୍ଗ କରୁଥିବାବେଳେ ଦୀର୍ଘ ଦିନ ହେଲା ନିଜ ପରିବାର ଠାରୁ ଦୂରେଇ ରହୁଥିବା ପୋଲିସ ଜାଣିବାକୁ ପାଇଛି । ତେବେ ଯୁବକ ଜଣଙ୍କ ମୁହଁମାଡି ରାସ୍ତା କଡରେ ପଡିଥିଲାବେଳେ ଦେହରେ ପ୍ୟାଣ୍ଟ ସାର୍ଟ ରହିଛି ।  ପାଖରେ ସାଇକେଲ ଓ ମୋବାଇଲ ପଡିଥିବାବେଳେ ମୁହଁରେ କ୍ଷତ ଚିହ୍ନ ରହିଛି । ଦେହରେ କୈାଣସି ଚିହ୍ନ ନଥିବା ପୋଲିସ ଦେଖିବାକୁ ପାଇଛି ।
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ

ads

Blog Archive

Popular Posts