ads

Breaking News

ବରୀରେ ବିଭିନ୍ନ ସ୍ଥାନରେ ମହାଶିବ ରାତ୍ରୀ ପାଳିତ

ବରୀ--- ବରୀ ଅଞ୍ଚଳରେ ବିଭିନ୍ନ ଶୈବପୀଠରେ ଶୁକ୍ରବାର ମହାଶିବରାତ୍ରୀ  ପାଳିତ ହୋଇଯାଇଛି ।  କଳାମାଟିଆର ସପ୍ନେଶଶ୍ୱର ମହାଦେବଙ୍କ ପୀଠରେ ରିତିନିତି ଅନୁଯାଇ ପୂଜା ଅର୍ଚ୍ଚନା କରାଯିବା ସହିତ ରୁଦ୍ରାଭିଷେକ କରାଯାଇଥିଲା ।  ସନ୍ଧ୍ୟାରେ ବାଦିପାଲା ପରିବେଷଣ ହୋଇଛି ।   ସେହିପରି ରାମଚନ୍ଦ୍ରପୁରର ରାମେଶ୍ୱର, ଭଅଁରାର ରାମେଶ୍ୱର, ଭୁରୁଙ୍ଗାର ଈଶାଣେଶ୍ୱର, ବୋଦୁଅ ପାଳ ସାହିର ଯଜ୍ଞଶ୍ୱର, ବରୀ ମାଉଣ୍ଡର ଆଖଣ୍ଡଳମଣୀ ,ତଳକାଇପଡାର ବାବା ମୁକ୍ତେଶ୍ୱର, ନାଥପୁରର ନାଥେଶ୍ୱର, ଅନ୍ୟାସୀପୁରର ଶ୍ୟାମେଶ୍ୱର,ବାଲିବିଲିର ବାଲୁକେଶ୍ୱର,ଅଟିରାର ଅଲେଶ୍ୱର, ଅରୁଆଳର ଅଲେଶ୍ୱର, ଅରଙ୍ଗାବାଦ ଅôରୂଣେଶ୍ୱର .ରତଳାଙ୍ଗର ରତ୍ନେଶ୍ୱର, ଅଙ୍ଗାଳୋର ଶାମେଶ୍ୱର,କୃଷ୍ଠନଗରର ଅଷ୍ଠଶମ୍ମୁ ଶୈବପୀଠମାନଙ୍କରେ ପୂଜା ଅର୍ଚ୍ଚନା କରାଯିବା ସହିତ ରୁଦ୍ରାଭିଷେକ , ଶିବ ମହିମା, ମହାମୃତୁଞ୍ଜୟ ମନ୍ତ୍ର ପାଠ କରାଯାଇଥିଲା ।   ବିଭନ୍ନ ଶୈବ ପୀଠମାନଙ୍କରେ ଶ୍ରଦ୍ଧାଳୁମାନଙ୍କର ଭିଡ ଜମିଥିବାର ଦେଖିବାକୁ ମିଳିଥିଲା ।  ବିଳମ୍ବିତ ରାତିରେ ମହାଦୀପ ଉଠିଥିଲା । ଭକ୍ତମାନେ ଉଜାଗର ରହି ଦୀପ ଜାଳି ମନସ୍କାମନା ପୂରଣ ପାଇଁ ଭଗବାନ ଶିବଙ୍କ ନିକଟରେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା । ଶିବ ରାତ୍ରୀ ପାଇଁ ସମଗ୍ର ଅଞ୍ଚଳଉତ୍ସବ ମୁଖରେ ହୋଇ ଉଠିଥିଲା ।

ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ

ads

Blog Archive

Popular Posts