ads

Breaking News

ଶ୍ରୀମାଙ୍କ ୧୪୨ତମ ଜନ୍ମ ଦିବସ ପାଳିତ

କୁଜଙ୍ଗ----  ତିର୍ତ୍ତୋଲ ମହାନଦୀ ପଠା ସ୍ଥିତ ଅରୋମିରା ଦିବ୍ୟଜ୍ୟେତି ଆଶ୍ରମ ପରିସରରେ ଶୁକ୍ରବାର ଶ୍ରୀମାଙ୍କ ୧୪୨ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଧୁପଦୀପ ପ୍ରଦାନ, ସାମୁହିକ ପ୍ରାର୍ଥନା, ମାତୃସଂଗୀତ ଗାନ ପ୍ରଭୃତି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆୟୋଜିତ ସଭାରେ ଆଶ୍ରମ ଟ୍ରଷ୍ଟର ଟ୍ରଷ୍ଟି ପ୍ରଭୂ ପ୍ରସାଦ ଦାସ ସଭାପତିତ୍ୱ କରିଥିଲେ । ଜଗତସିଂହପୁର ଜୋନ ପାଠଚକ୍ର ସଂଯୋଜକ ଇଂ ହେମନ୍ତ କୁମାର ଦାସ, ସତ୍ୟ ଜୋନ ସଂଯୋଜକ ସର୍ବେଶ୍ୱର ମହାପାତ୍ର, ମହାକାଳପଡା ଜୋନ ସଂଯୋଜକ ଜଗନମୋହନ ସ୍ୱାଇଁ, ମାତୃଉପାସକ ପ୍ରଶାନ୍ତ କୁମାର ବଳବନ୍ତରାୟ, ଚିତ୍ତରଞ୍ଜନ ସାମଲ, ମୀରାରାଣୀ ବଳ, ଶୈଳବାଳା ବଳବନ୍ତରାୟ, ଶରତ ଚନ୍ଦ୍ର ନାଥଶର୍ମା, ରାଜେଶ ବଳ ପ୍ରମୁଖ ଉପସ୍ଥିତ ରହି ଶ୍ରୀମାଙ୍କ ଜୀବନି ସମ୍ପର୍କରେ ଆଲୋଚନା କରିଥିଲେ ।
 ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

ads

Blog Archive

Popular Posts