ads

Breaking News

କୋଶଳ ସେନା ପକ୍ଷରୁ ମାଁ ଭାଷା ଦିବସ ପାଳିତ.


ବରଗଡ଼---   ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ଛକ ଠାରେ ଗୋଡ଼ଭଗା କୋଶଳ ସେନା ପକ୍ଷରୁ  ମାଁ
ଭାଷା ଦିବସ ପାଳିତ ହୋଇଯାଇଛି।ଭାଷା ଦିବସ ଅବସରରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ  ମାନେ ଯୋଗ ଦେଇଥିଲେ । କୋଶଳ ସେନାର ବହୁ ସଦସ୍ୟ ଉପସ୍ଥିତ ରହି ସମ୍ବଳପୁରୀ, କୋଶଳୀ ଭାଷାରେ କଥା ହେବା,୨୦୨୧ଜନଗଣନାରେ ସମ୍ବଲପୁରୀ, କୋଶଳୀ ଭାଷା ଲେଖିବା,ସମ୍ବଲପୁରୀ,କୋଶଳୀ ଭାଷାକୁ ସମ୍ବିଧାନର ୮ଧାରାରେ ସାମିଲ କରିବା,ଓଡ଼ିଶାର ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ମାନଙ୍କରେ ସମ୍ବଲପୁରୀ,କୋଶଳୀ ଭାଷାରେ ଶିକ୍ଷାଦାନ ଦିଆଯାଉ  ଓ ଓଡ଼ିଶାର ଅନୁଷ୍ଠାନ ମାନଙ୍କରେ ଲାଗିଥିବା ସାଇନ ବୋର୍ଡ଼ ଗୁଡିକରେ ମଧ୍ୟ ସମ୍ବଲପୁରୀ/କୋଶଳୀ ଭାଷାରେ ଲେଖାଯିବା ଭଳି ବିଭିନ୍ନ ଦାବି ଗୁଡିକ ରଖିବା ସହ  ମା ମାଟି ପାଇଁ ତଥା ଓଡ଼ିଶା ସମ୍ବଲପୁର ର ସମ୍ବଲପୁରୀ/କୋଶଳୀ ଭାଷାକୁ ନେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts