ads

Breaking News

ଜାଗୃତି ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର


 N das
Baragarh


 ବରଗଡ଼ ----ବରଗଡ଼ ଜିଲ୍ଲା ଅତାବିରା ଅଗ୍ରସେନ ଭବନଠାରେ ଉତ୍କଳ ପ୍ରାନ୍ତୀୟ ମାରୱାଡ଼ି ଯୁବ ମଞ୍ଚ ଜାଗୃତି  ଶାଖା ଓ ବରଗଡ଼ ରକ୍ତ ଭଣ୍ଡାରର ଆନୁକୂଲ୍ୟରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିର ଟି ଜାଗୃତି ଶାଖାର ଅଧ୍ୟକ୍ଷା ସଂଗୀତା ବାଙ୍କା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଅତାବିରା ଵିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ତପସ୍ୱିନୀ ଗୁରୁ ଓ ସମ୍ବାନୀତ ଅତିଥି ମାରୱାଡ଼ି ସଂବେଳନର ସଭାପତି ବିଜୟ ମିତ୍ତଳ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ରକ୍ତ ସଂଗ୍ରହ ଦାୟିତ୍ୱରେ ବରଗଡ଼ ରକ୍ତ ଭଣ୍ଡାରର ଡ଼.ବିଜୟ କୁମାର ଖାଟୋଇ,ଡ଼.କିଶୋର ଚନ୍ଦ୍ର ସ୍ୱାଇଁ,ଅମରଜିତ ମହାନ୍ତି,ଆର କେ ସାହୁ,ମହେନ୍ଦ୍ର ମେହେର,ଦିଲ୍ଲୀପ କୁମାର ରଥ ରହିଥିଲେ । ପରିଚାଳନା ଦାୟିତ୍ୱରେ ନାରୀ ଚେତନା କନଭେନର ସୁନିତା ଅଗ୍ରୱାଲ ଓ ଜାଗୃତି ଶାଖାର ଶିଖା ବାଙ୍କା,ମଞ୍ଜୁ ଅଗ୍ରୱାଲ,ପିଙ୍କି ଅଗ୍ରୱାଲ ରହିଥିଲେ।ଏଥିରେ ୩୫ୟୁନିଟ ରକ୍ତ ସଂଗ୍ରହ ହେଇଥିଲା।ଏହି ଅବସରରେ ଶାଖାର ସମସ୍ତ ସଦସ୍ୟ ସଦସ୍ୟା ପ୍ରମୁଖଙ୍କ ପୂର୍ଣ୍ଣ ସହଯୋଗ ରହିଥିଲା।
ବରଗଡ଼ରୁ ନବୀନ ଦାଶଙ୍କ ସହ ସ୍ୱଦୀପ ଅଗ୍ରୱାଲଙ୍କ ରିପୋର୍ଟ

ads

Blog Archive

Popular Posts