ads

Breaking News

-ପୁରୀକୁ ମିଳିଲା ଏକ ନୂଆ ପରିଚୟ

 
J sheti
Puri
ପୁରୀ----  ପୁରୀକୁ ମିଳିଲା ଏକ ନୂଆ ପରିଚୟ । ପୁରୀ ଦେଶର ଦ୍ୱିତୀୟ ସବୁଠାରୁ ପରିଷ୍କାର ବା ସ୍ବଚ୍ଛ ବେଳାଭୁମୀ ମାନ୍ୟତା ମିଳିଛି ।ଏଥିସହିତ ଗଞ୍ଜାମ ଜିଲାର ଗୋପାଳପୁର ବେଳାଭୁମି ଚତୁର୍ଥ ସଫା ବେଳାଭୂମି । ଜାତୀୟ ଉପକୂଳ ଗବେଷଣା କେନ୍ଦ୍ର (ଏନସିସିଆର) ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି। ରିପୋର୍ଟରେ କୁହାଯାଇଛି ଯେ ଓଡିଶାର ବେଳାଭୁମି ଗୁଡିକ କମ ପ୍ରଦୂଷିତ। ଏନସିସିଆର ପକ୍ଷରୁ ୨୦୧୯ ସେପ୍ଟେମ୍ବରରେ ଦେଶର ୩୪ଟି ବେଳାଭୂମିର ସର୍ଭେ କରାଯାଇଥିଲା। ଏଥିପାଇଁ ପୁରୀ ପ୍ରଶାସନ ପକ୍ଷରୁ ସଫେଇ କାର୍ୟ୍ୟରେ ନିୟୋଜିତ ସମସ୍ତ ସ୍ବେଚ୍ଛାସେବୀଙ୍କୁ ଧନ୍ୟବାଦ ଦିଆଯାଇଛି। ପୁରୀ ଜିଲା ପ୍ରଶାସନ ପକ୍ଷରୁ ବେଳାଭୂମିକୁ ପରିଷ୍କାର ରଖିବା ପାଇଁ ମୋ ବେଳାଭୁମି ଅଭିଯାନ କରାଯାଇଥିଲା। ଗତ ସେପ୍ଟେମ୍ବରରେ ଜାତୀୟ ଉପକୂଳ ସଫେଇ ଦିବସ ଅବସରରେ ପୁରୀ ବେଳଭୁମିରେ ଏକ ମେଗା ସଫେଇ କାର୍ୟ୍ୟ କରାଯାଇଛି ।

ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts