ads

Breaking News

କାଶିନାଥ ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ କାଶିନାଥଙ୍କ ଆବକ୍ଷ ମୃର୍ତ୍ତି ଉନ୍ମୋଚନ

ବରୀ-----ବରୀ ବ୍ଲକ ଅନ୍ତର୍ଗତ କଳାମାଟିଅ ପଞ୍ଚାୟତ ସ୍ଥିତ କାଶିନାଥ ମହାବିଦ୍ୟାଳୟ ପରିସରରେ  ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ କାଶିନାଥ ଜେନାଙ୍କ ଆବକ୍ଷ ମୃର୍ତ୍ତିକୁ   ବିଧାୟିକା ସୁନନ୍ଦା ଦାସ ଉନ୍ମୋଚନ କରିଛନ୍ତି  । ଏହି ପରିପ୍ରେକ୍ଷିରେ ଅଧ୍ୟକ୍ଷ ସନାତନ ବିଶ୍ୱାଳଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ବକ୍ତା ଡ଼ଃ ଭାଗବତ ଶୁକ୍ଳ ଯୋଗ ଦେଇଥିଲେ । ସ୍ୱର୍ଗତ ଜେନାଙ୍କ ଧର୍ମ ପତ୍ନୀ ସୈାଦାମିନିଙ୍କୁ ମହାବିଦ୍ୟାଳୟ ପକ୍ଷରୁ ଉପଢୈାକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବଦ୍ଧିତ କରାଯାଇଥିଲା ।  କୃଷ୍ଣ ପ୍ରସାଦ ଦାସ(ଅବସର ପ୍ରାପ୍ତ ଅଧ୍ୟକ୍ଷ), ସନ୍ତୋଷ କୁମାର ପତି,ଅଶୋକ କୁମାର ସାମଲ, ପ୍ରମୋଦ କୁମାର ଶତପଥି, ଦିଲ୍ଲିପ କୁମାର ମଲ୍ଲିକ,ଲକ୍ଷ୍ମଣ କୁମାର କର, ପ୍ରଣବ କୁମାର ପାତ୍ର, ପ୍ରମୁଖ ଅଧ୍ୟାପକ ମଞ୍ଚାସିନ ହୋଇ ପ୍ରତିଷ୍ଠାତା ସ୍ୱର୍ଗତ ଜେନାଙ୍କ ସ୍ମୂତି ଗାନ କରିଥିଲେ । ଶେଷରେ ମହାବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।

ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ
 D Behera
Bari 

ads

Blog Archive

Popular Posts