ads

Breaking News

ରାଜ୍ୟ ସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କଲେ :ଓଡ଼ଗାଁର ପୁଅ ରାକେଶ


 S daeli
Nayagarh 
  ନୟାଗଡ଼:ରାଜ୍ୟ ସ୍ତରୀୟ  ସିନିୟର ଭାରୋତ୍ତଳନ ପ୍ରତିଯୋଗିତା ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ  ଓଡ଼ଗାଁ ନିକଟସ୍ଥ ଗୋଡିପାଟଣା ଗ୍ରାମର ରାକେଶ କୁମାର ଜେନା ସ୍ନାଚ ଏବଂ କ୍ଳିନ୍ ଆଣ୍ଡ ଜର୍କ ଇଭେଣ୍ଟରେ ଭାଗ ନେଇଥିଲେ। ସ୍ନାଚ୍ ରେ ୧୨୫ କିଲୋଗ୍ରାମ ଏବଂ  କ୍ଳିନ୍ ଆଣ୍ଡ ଜର୍କରେ ୧୫୫କିଲୋଗ୍ରାମ ଭରୋତ୍ତୋଳନ ଇଭେଣ୍ଟରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ ।  ୯୬କିଲୋଗ୍ରାମ ପୁରୁଷ ସିନିୟର ବର୍ଗରେ ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଛନ୍ତି । ଭବିଷ୍ୟତରେ ହେବାକୁ ଥିବା ଜାତୀୟ  ଓ ଆନ୍ତର୍ଜାତୀୟ ପ୍ରତିଯୋଗୀତା ଗୁଡ଼ିକରେ ପଦକ ହାସଲ କରିବା ନିମନ୍ତେ ମଧ୍ୟ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏହି ଉଜ୍ଜ୍ବଳ ତାରକାଙ୍କ  ସଫଳତା ନିମନ୍ତେ ଅଞ୍ଚଳ ବାସି   ଗର୍ବିତ ।ତେଣୁ  ଓଡ଼ଗାଁର କ୍ରୀଡ଼ା ବିକାଶ ସଙ୍ଘ ଓ ଓଡ଼ଗାଁ ଟାଏକୋଣ୍ଡ ଏକାଡେମୀ ଓ ଓଡ଼ଗାଁ କ୍ରୀଡ଼ାପ୍ରେମୀ ମାନଙ୍କ  ତରଫରୁ  ରାକେଶ କୁମାର ଜେନାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ମିଳିଛି।
ଓଡ଼ଗାଁ ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts