ads

Breaking News

ଦୁର୍ନୀତି ସଚେତନତା ସପ୍ତାହଓ ପ୍ରତିଷ୍ଠା ଦିବସ ପାଳିତ


 ବରଗଡ଼-_------   ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲରମ୍ଭା ପଞ୍ଚାୟତ ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଲରମ୍ଭା ଶାଖା ତରଫରୁ ଦୁର୍ନୀତି ସଚେତନତା ସପ୍ତାହ ଓ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଲରମ୍ଭା ଶାଖା ସ୍ଥିତ ନଘା ପାଲି ଗ୍ରାମରେ ସଚେତନତା ସପ୍ତାହ ଗୁରୁବାର ସନ୍ଧ୍ୟା ସମୟରେ ପାଳିତ ହୋଇଥିବାବେଳେ ଶୁକ୍ରବାର ଦିନ ବ୍ୟାଙ୍କ ପରିସରରେ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା।ରାଜନୈତିକ, ଅର୍ଥନୈତିକ, ସାମାଜିକ ସ୍ତରରେ ଲୋକେ କିଭଳି ଭୁଲ ରାସ୍ତାର ଶିକାର ହେଉଛନ୍ତି ବୋଲି ଆଲୋଚନା ହୋଇଥିଲା । ସେହିପରି ସିଧା ସଳଖ ବ୍ୟାଙ୍କ ସହ ଯୋଗାଯୋଗ,ପାସବୁକ ଖୋଲିବା,  ଟଙ୍କା ଦେଣନେଣ କରିବା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉକ୍ତ ଉତ୍ସବରେ ବ୍ୟାଙ୍କ ଅଧିକାରୀ ଯଦୁମଣି ପଧାନ,ବ୍ୟାଙ୍କର କର୍ମଚାରୀ ପାୱେଲ ହେରେଞ୍ଜ,ବିରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। କୈାଣସି କାମରେ ହାତ ଗୁଞ୍ଜା ଦେବା ନାହିଁ ବା ଯେ କୌଣସି ସରକାରୀ ଓ ବେସରକାରୀ ଅନୁଷ୍ଠାନ ର କର୍ମଚାରୀ ଲାଞ୍ଚ  ମାଗୁଥିଲେ ତୁରନ୍ତ ଦୁର୍ନୀତି ନିବାରଣ ବିଭାଗକୁ ଜଣାଇବା ପାଇଁ ଅତିଥି  ମାନେ କହିଥିଲେ ।   ରମେଶ ଚନ୍ଦ୍ର ଭୋଇ,ପ୍ରକାଶ ଭୋଇଙ୍କ ସମେତ ବହୁ ହିତାଧିକାରୀ ଉପସ୍ଥିତ ରହିଥିଲେ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts