ads

Breaking News

ଉତ୍କର୍ଷ ପରିବେଶ ପୁରସ୍କାର ପାଇଲା ଡିଏଭି ଭଞ୍ଜନଗର




ଭଞ୍ଜନଗର--ଅଣ ସରକାରୀ ସଂସ୍ଥା ତେଜସ୍ବିନୀ ତରଫରୁ  ଘୁମୁସର ଅଞ୍ଚଳ ମଧ୍ୟରେ ଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବେଷ୍ଟ ଆଉଟ୍ ଅଫ୍ ୱେଷ୍ଟ ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାରେ ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗରର ଅଷ୍ଟମ ଶ୍ରେଣୀର ଛାତ୍ରୀ ସମୀରା ପାତ୍ର 
ତୃତୀୟ ସ୍ଥାନ ଅଧିକାର କରିଥିଲେ । ତେଜସ୍ବିନୀ ଏବର୍ଷର ଉତ୍କର୍ଷ ପରିବେଶ ପାଇଁ  ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲକୁ ଚୟନ କରି ଘୁମୁସର ଅଞ୍ଚଳ ମଧ୍ୟରେ ଥିବା ସମସ୍ତ ବିଦ୍ୟାଳୟ ମଧ୍ୟରେ ଉତ୍କର୍ଷ ପରିବେଶ ପାଇଁ  ଡିଏଭି  ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ଙ୍କୁ ପ୍ରଥମ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ନଗରପାଳ  ସମେତ ଅନେକ ସମ୍ମାନୀତ ଅତିଥି ଯୋଗଦେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୧୨/୨୦୨୩---୫,୨୫ Sakhigopal News,4/12/2023

ads

Blog Archive

Popular Posts