ads

Breaking News

ଜନ୍ମାଷ୍ଟମୀ ପାଇଁ ସାକ୍ଷୀଗୋପାଳ ଚଳଚଞ୍ଚଳ ; ତିନି ଦିନ ଧରି ଅନୁଷ୍ଠିତ ହେବ ମହୋତ୍ସବ



ସାକ୍ଷୀଗୋପାଳ---- ସାକ୍ଷୀଗୋପିନାଥଙ୍କ ଜନ୍ମାଷ୍ଟମୀ ପର୍ବ ବୁଧବାର ଅନୁଷ୍ଠିତ ହେବ। ପୁରୀ ଜିଲ୍ଲାର ଦୁତୀୟ ବୈଷ୍ଣବ କ୍ଷେତ୍ର ଭାବେ ବେଶ ଜଣାଶୁଣା । ଏଥିପାଇଁ  ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସାକ୍ଷୀଗୋପିନାଥଙ୍କ ସେବାୟତ ସଂଘ ଏବେ ଚଳଚଞ୍ଚଳ ହୋଇପଡିଛି  । ମନ୍ଦିର ପରିସର ଠାରୁ ଆରମ୍ଭ କରି ଚତୁପାର୍ଶ୍ଵ ପରିସ୍କାର ପରିଚ୍ଛନ୍ନ କରାଯାଇଛି  । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ମଣ୍ଡପରେ ମଣ୍ଡଳୀ କରଣ ସରିଯାଇଛି । ମଙ୍ଗଳବାର ଦିନ ଯଜ୍ଞାଧିବାସ, ଅଙ୍କୁରାରୋପଣ ,କଳସ ସ୍ଥାପନ ଇତ୍ୟାଦି ବିଧିବିଧାନ ଅନୁଷ୍ଠିତ ହେବ  । ଏହି ଅବସରରେ ଅନୁଷ୍ଠିତ ହେବାକୁ ଥିବା ଆଧ୍ଯାତ୍ମିକ ସଭାରେ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ପୁରୀ ଜିଲାପାଳ ସମର୍ଥ ବର୍ମା ସତ୍ଯବାଦୀ ବିଧାୟକ ଉମାକାନ୍ତ ଉମାକାନ୍ତ ସମ୍ମାନୀତ ଅତିଥି ଧୀରେନ୍ଦ୍ର କୁମାର ହୋତା ପ୍ରମୁଖ ଯୋଗଦାନ କରିବାର ରହିଛି  । ଏହି ଅବସରରେ ସେବାୟତ ସଂଘ ପକ୍ଷରୁ ମାଗଣା  ସ୍ୱାସ୍ଥ୍ୟ ଶିବିର, ଔଷଧ ବଣ୍ଟନ, ବରିଷ୍ଠ ସେବାୟତମାନଙ୍କ ସହିତ ସମାଜସେବୀ, ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି । ସକାଳ ୭ଟାରେ ସାଂସ୍କୃତିକ ଓ   ଭଜନ ସମାରୋହ କୁ ପଞ୍ଚାୟତ ସମିତି ଅଧ୍ଯକ୍ଷ ସୁନିଲ କୁମାର ପଣ୍ଡା ଓ ତହସିଲଦାର ଜୟନ୍ତ କୁମାର ଜୟସିଂହ ଉଦଘାଟନ   କରିବେ  ବୋଲି ସେବାୟତ ସଂଘ ପକ୍ଷରୁ ସ୍ଥିର କରାଯାଇଛି  ।  ବୁଧବାର ଦିନ ବ୍ରାହ୍ମମୁହୂର୍ତ୍ତରେ ଠାକୁର ଙ୍କ ଦ୍ୱାରଫିଟା ମଙ୍ଗଳ ଆଳତି, ମଇଲମ, ସ୍ନାନ, ବେଶ ଆଦି କରାଯାଇ ଗୋପାଳବଲ୍ଲଭ ଭୋଗ କରାଯାଇ ସାହାଣମେଲା ଦର୍ଶନ ଆରମ୍ଭ ହେବ  । ଠାକୁର ପାଟବସ୍ତ୍ର ପରିଧାନ କରି ହାତରେ ସୂବର୍ଣ୍ଣ ବଂଶୀ ମଥାରେ କିରିଟି ସହିତ ନାନାଦି ଅଳଙ୍କାର ପରିଧାନ କରି ଫୁଲ ତୁଳସୀ ମାଳା ପିନ୍ଧି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ କରିବେ  । ବିଳମ୍ବିତ ରାତିରେ ସାକ୍ଷୀଗୋପିନାଥଙ୍କ  ଜନ୍ମବିଧି କରାଯିବ ବୋଲି  ମନ୍ଦିର କାର୍ଯ୍ୟାନିବାହୀ ଅଧିକାରୀ ବିଶ୍ବବାସି ତ୍ରିପାଠୀଙ୍କ  ଠାରୁ ସୁଚନା ମିଳିଛି। ମନ୍ଦିର ସୁପର ଭାଇଜର ବିଶ୍ବନାଥ ମହାପାତ୍ରଙ୍କ ତତ୍ବାବଧାନରେ ହେବ ବୋଲି ଜଣାପଡିଛି।ସାକ୍ଷୀଗୋପାଳ  ସେବାୟତ ସଂଘ ସଭାପତି ଶ୍ରୀବତ୍ସ ମହାପାତ୍ର ସଂପାଦକ ବିଜୟକୁମାର ନନ୍ଦ ଓ ସମସ୍ତ ସେବାୟତ ଙ୍କ ମିଳିତ ସହଯୋଗରେ ପ୍ରତିବର୍ଷ   ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବ ପାଳିତ ହେଵ ବୋଲି ଜଣାପଡିଛି। 
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୯/୨୦୨୩---୮,୧୦ Sakhigopal News,4/9/2023

ads

Blog Archive

Popular Posts