ads

Breaking News

ସୋର୍ଣ୍ଣା ଶିବ ମନ୍ଦିର ପରିସରରେ ଏକ ବନ୍ଧୁ ମିଳନ


ବରଗଡ--- ବରଗଡ ଜିଲ୍ଲା ଭେଡେନ ବ୍ଲକ ଓ ଅତାବିରା ବ୍ଲକ ର ଗନ୍ଧମାଳି ସମାଜ ପକ୍ଷରୁ ଝିଲିମିନଂଡା ପଞ୍ଚାୟତ ର ସୋର୍ଣ୍ଣା ଶିବ ମନ୍ଦିର ପରିସରରେ ଏକ ବନ୍ଧୁ ମିଳନ  ପାଳିତ ହୋଇଯାଇଛି। ଏହା ଆଯୋଜିତ କରିଥିଲେ ଲିଙ୍ଗରାଜ  ମହାପାତ୍ର ଓ ସଂଯୋଜନା କରିଥିଲେ ସୂର୍ଯ୍ୟ କୁମାର ଦେହେରୀ ।ଏଥିରେ ପ୍ରଥମେ ଦିବଂଗତ ସଭାପତି ମନଗୁରୁ ଦେହେରୀ ଙ୍କ ଅମର ଆତ୍ମାର ସଦ୍ ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ସର୍ବ ସମ୍ମତି କ୍ରମେ ଉପସଭାପତି  ଲକ୍ଷପତି ଗୁରୁ,  ସଭାପତି ଭାବେ ଜଗଦିଶ ମହାପାତ୍ର ଙ୍କୁ  ମନୋନୀତ କରାଯାଇଥିଲା।କାର୍ଯ୍ୟକାରୀ କମିଟି କୁ ସନ୍ତୋଷ ଗୁରୁ, ଅନୁପ ମହାପାତ୍ର ଓ ଝସକେତନ ମହାପାତ୍ର ମନୋନୀତ କରାଯାଇଛି। ମନୋନୀତ ସଭ୍ୟ ମାନଙ୍କୁ ପୁଷ୍ପମାଲ୍ଯ ସହିତ ଉପଢୌକନ ପ୍ରଦାନ କରଯାଇଥିଲା। ଏହି ସମୟରେ ନିମେଇଁ ମହାପାତ୍ର ଙ୍କୁ ନୂତନ ବର୍ଷ ୨୦୨୩ ର ସମଲପୁରୀ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା। ପରିଶେଷରେ ଅନୁପ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୫/୧୧/୨୦୨୨---୯,୧୦ Sakhigopal News,15/11/2022

ads

Blog Archive

Popular Posts