ads

Breaking News

ବରକେରା ବିଦ୍ୟାଳୟରେ ବିଶ୍ଵ ସାକାହାରୀ ଦିବସ ପାଳିତ

‌ 
ଡେଲାଙ୍ଗ ----ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ବିଶ୍ଵ ସାକାହାରୀ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା।ପରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମିଟୁ କିଶୋର ପ୍ରଧାନ। ଶିକ୍ଷୟିତ୍ରୀ ମଞୁଲତା ପ୍ରଧାନ, ଶିକ୍ଷକ ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା, ପୁରୁଷୋତ୍ତମ ନାୟକ ଓ ଛାତ୍ର ଛାତ୍ରୀ ପ୍ରମୂଖ ଯୋଗଦେଇଥିଲେ। ଛାତ୍ର ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର ପନିପରିବା ପ୍ରଦର୍ଶନ କରାଯାଇଥିଲା।ପଶୁଙ୍କ ଶୋଷଣଠାରୁ ଦୂରେଇ ରହିବାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର,୧ତାରିଖରେ‌ ପାଳିତ ହୁଏ ବିଶ୍ଵ ସାକାହାରୀ ଦିବସ। ଜନ୍ତୁଙ୍କ ଶୋଷଣ ବନ୍ଦ କରିବା ସହିତ ଅନ୍ୟ ପ୍ରଜାପତିଙ୍କ ପ୍ରତି ଭଲପାଇବା ଓ ଯତ୍ନବାନ ହେବା ଏବଂ ପ୍ରାକୃତିକ ପରିବେଶକୁ ଭଲପାଇବାକୁ ଉତ୍ସାହିତ କରିବା ଏହି ଦିବସର ଉଦ୍ଦେଶ୍ୟ।୧୯୯୪ମସିହାରେ ଲଣ୍ଡନର ଶାକାହାର ସମାଜର ମୂଖ୍ୟ ଲୁଇସ ଓ୍ଵାଲିସ୍ ବିଶ୍ଵ ସାକାହାରୀ ଦିବସ ଘୋଷଣା କରିଥିଲେ। ଯଦି ଜଣେ ବ୍ୟକ୍ତି ନିଜ ଜୀବନଶୈଳୀରେ ଶାକାହାର ଦର୍ଶନକୁ ଅନୁସରଣ କରେ, ତେବେ ତାକୁ ଶାକାହାରୀ କୁହାଯାଏ। ବକ୍ତାମାନେ ପଶୁଙ୍କ ଶୋଷଣଠାରୁ ଦୂରେଇ ରହିବା ଓ ଶାକାହାର କରି ନିରୋଗ ରହିବା ଉପରେ ଗୁରୁତ୍ବ ଦେଇଥିଲେ।ସର୍ବ ଶେଷରେ ବିରଞ୍ଚିନାରାୟଣ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୧୧/୨୦୨୨---୮,୪୫ Sakhigopal News,2/11/2022

ads

Blog Archive

Popular Posts