ads

Breaking News

ଅବହେଳିତ ଅବସ୍ଥାରେ ରାଜ୍ୟସ୍ତରୀୟ ପୁରସ୍କୃତ କଳାକାର ତିରିନ , କଳାକାର ଭତ୍ତା ଦାବି


କଳାହାଣ୍ଡି-ସାରା ରାଜ୍ୟରେ କଳାର ବିକାଶ ଓ କଳାକାର କୁ ସଶକ୍ତିକରଣ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ କଳାକାର ଯୋଜନା।ପ୍ରତିଟି କ୍ଷେତ୍ରରେ କଳାକାର ମାନଙ୍କୁ ଚିହ୍ନଟ କରି ଯୋଗ୍ୟ କଳାକାରମାନଙ୍କୁ ମାସିକ ଭତ୍ତା ସମେତ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରିଛନ୍ତି। କଳା ବଞ୍ଚିଲେ ଲୋକେ ବଞ୍ଚିବେ ବୋଲି ବାର୍ତ୍ତା ମଧ୍ୟ ବିଭିନ୍ନ ସଭା ସମିତିରେ ଦିଆଯାଉଛି। କିନ୍ତୁ କଲହାଣ୍ଡି ଜିଲ୍ଲାର  ଉପାନ୍ତ ଇଲାକାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । କଳାକାର ଭତ୍ତାଟିଏ ପାଇଁ କଳାକାର ଆବେଦନ କରି କରି ଥକି ଗଲାଣି କିନ୍ତୁ ତାକୁ ଭତ୍ତା ଟିଏ ମିଳିପାରି ନାହିଁ।ଏବେ କଳାକାର ଭତ୍ତା ଅପେକ୍ଷାରେ ତାରିନ। ଏ ହେଉଛି ଜୟପାଟଣା ବ୍ଲକ ବଡ଼କରଲାକୋଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମଚୁଆ ଗାଁର ବାସ କରୁଥିବା ତିରିନ ନାଏକ ଙ୍କ କଥା। ବୟସ ୫୫ ଡେଇଁଲାଣି। ନିଜ କିଶୋର ଅବସ୍ଥାରୁ କଳାକୁ ନିଜ ମା’ର ସମ୍ମାନ ଦେଇ ପୂଜା କରି ଆସୁଛନ୍ତି। ଦୀର୍ଘ ବର୍ଷ ଧରି କଳା କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିଲେ ହେଁ ପ୍ରଶାସନିକ ବାବୁଙ୍କ ଦୃଷ୍ଟି ଏହି କଳାକାରଙ୍କ ଉପରେ ପଡିପାରି ନାହିଁ। ଉପାନ୍ତ ଅଂଚଳରେ ବାସ କରୁଥିବା  ତିରଣ ପରି ଅନେକ କଳାକାର ଅଛନ୍ତି। ଯେଉଁମାନେ ବନ ର ମଲ୍ଲୀ ବଣରେ ପରି ଲୁକ୍କାୟିତ ଅବସ୍ଥାରେ ଅଛନ୍ତି । ଜଣେ ଖଞ୍ଜଣି ବାଦକ ଭାବେ ବିଭିନ୍ନ ମଞ୍ଚରେ ତାଙ୍କ କଳା ପରିବେଷଣ କରିଛନ୍ତି।ନିଜ ପଞ୍ଚା ୟତ ଠାରୁ ଜିଲ୍ଲା ଏପରିକି ରାଜ୍ୟ ସ୍ତରୀୟ ମାନପତ୍ର ରହିଥିଲେ ହେଁ ତାହା କୌଣସି କାମରେ ଲାଗୁ ନାହିଁ। ସରକାରଙ୍କ ଦ୍ୱାରା ପ୍ରଦତ୍ତ କଳାକାର ଭତ୍ତା ପାଇଁ ଅନେକ ଥର ଆବେଦନ କରିଥିଲେ ସୁଦ୍ଧା ତାଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ପାରି ନାହିଁ। ତାଙ୍କ ସମସ୍ତ ପ୍ରକାର ଯୋଗ୍ୟତା ଥିଲେ ମଧ୍ୟ ହେଁ କାହିଁକି ତାଲିକାରେ ସାମିଲ କରାଯାଇ ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ବିଭାଗୀୟ ଅଧିକାରୀ ଙ୍କ ପାଖରେ ମଧ୍ୟ ଖବର ନାହିଁ । ଯାହା ଫଳରେ ସେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ବର୍ଷ ହେଲା ସରକାରଙ୍କ ଭତ୍ତା ଅପେକ୍ଷାରେ ରହିବା ପରେ ଏବେ ମଧ୍ୟ ତାଙ୍କ ମନରୁ ଆଶା ମରି ନାହିଁ।  ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ଦୁଇ ପୁଅଝିଅ ପୁଅ ମଧ୍ୟ ବିକଳାଙ୍ଗ  ଏପରି ସ୍ଥଳରେ  ବହୁତ କଷ୍ଟରେ ଚଳୁଛନ୍ତି। ଏଭଳି ଜଣେ କଳାକାର ବିଭିନ୍ନ ସରକାରୀ ଯୋଜନାରୁ ବାଦ ପଡୁଥିବା ବେଳେ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।
କଳାହାଣ୍ଡି ରୁ ଆମ ପ୍ରତିନିଧି ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ

ads

Blog Archive

Popular Posts