ads

Breaking News

ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜନ୍ମଜୟନ୍ତୀ ପାଳିତ ଓ ବୃକ୍ଷ ରୋପଣ


 ଡେଲାଙ୍ଗ------ ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମପଞ୍ଚାୟତର ବରକେରା ଗ୍ରାମରେଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କୋଭିଡ-୧୯ ନିିୟମ ଅନୁଯାୟୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସର୍ବପ୍ରଥମେ ବିଦ୍ୟାଳୟ ପରିସରରେ ଥିବା ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ  ଅତିଥି ମାନେ ଧୂପ, ଦୀପ ଓପୁଷ୍ପ ମାଲ୍ୟର୍ପଣ କରିଥିଲା ।
ପରେ ପଣ୍ଡତ ଗୋଦାବରୀଶ ମିଶ୍ରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ପ୍ରଦିପ କୁମାର ସେଠୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଭାରେ ସଭାପତିତ୍ୱ କରିଥିଲେ ।  ସହକାରୀ ଶିକ୍ଷକ ମିଟୁ କିଶୋର ପ୍ରଧାନ,ମଞ୍ଜୁଲତା ପ୍ରଧାନ, ସୁଧୀର କୁମାର ଜେନା,ପୁରୁଷୋତ୍ତମ ନାୟକ, ପୁରାତନ ଛାତ୍ର ପ୍ରଭାସ ଚନ୍ଦ୍ର ପରିଡା, ଦୁର୍ଗା ପ୍ରସାଦ ପ୍ରଧାନ, ଜଳନ୍ଦର ପରିଡା, ସୁକାନ୍ତ କୁମାର ପରିଡାଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁବାଷ ଚନ୍ଦ୍ର ମାହୁନ୍ତ ପ୍ରମୁଖ ଯୋଗଦେଇ ପଣ୍ଡିତ ଶ୍ରୀ ମିଶ୍ରଙ୍କ ଗୁଣଗାଣ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ମତ ରଖିଥଲେ । ଏହି ଅବସରରେ ପରିବେଶ କର୍ମୀ ତଥା ଶିକ୍ଷକ ମିଟୁ କିଶୋର ପ୍ରଧାନ ବିଦ୍ୟାଳୟ ପରିସରରେ ବଉଳ ବୃକ୍ଷ ରୋପଣ କରିଥିଲେ । ଶିକ୍ଷକ ସୁଧୀର କୁମାର ଜେନା ଧନ୍ୟବାଦ ଦେଇଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି  

ads

Blog Archive

Popular Posts