ads

Breaking News

ଡେଲାଙ୍ଗ ପୁରପଲ୍ଲୀରେ କୁମାରୋତ୍ସବ ଓ ଗଜଲକ୍ଷ୍ମି ପୁଜା ପାଳିତ


 ଡେଲାଙ୍ଗ ----- ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ଆଜି କୁମାରୋତ୍ସବ ଓ ଗଜଲକ୍ଷ୍ମୀ ପୁଜା କୋଭିଡ-୧୯ର କଟକଣା ଅନୁଯାୟୀ ପାଳିତ ହୋଇଯାଇଛି । କୁମାରୀମାନେ ନୂତନ ବସ୍ତ୍ର ପରିଧାନକରି ସକାଳୁ ବୃନ୍ଦାବତୀଙ୍କ ନିକଟରେ ମିଳିତ ହୋଇ ଆଞ୍ଜୁଳି ଟେକିବା ସହିତ ସୂର୍ଯ୍ୟ ପୁଜା କରିଥିଲେ । ସଂନ୍ଧ୍ୟା ସମୟରେ ଚଉରା ନିକଟରେ କୁମାରୀମାନେ ଚନ୍ଦ୍ରଙ୍କୁ ପୁଜାର୍ଚ୍ଚନା କରିବା ସହ ଖଇ,ଛେନା,ଫଳ,ମିଠା ଓ ଦୁଗ୍ଧରେ ପ୍ରସ୍ତୁତ ତଥା କଥିତ ଚାନ୍ଦ ଭୋଗ କରିଥିଲେ । ସେହିପରି ଡେଲାଙ୍ଗ ଷ୍ଟେସନ ବଜାର,ବେରବୋଇ ବଜାର,ଡେଲାଙ୍ଗ ହାଟ ଲକ୍ଷ୍ମୀ ବଜାର ,ଇନ୍ଦିପୁର ବଜାର, କଲ୍ୟାଣପୁର ,ହରିରାଜପୁର,ଘୋରଡିଆ ଏବଂ ଓଉପଡା ଗ୍ରାମରେ ଅବସ୍ଥିତ ପୁଜା ମଣ୍ଡପରେ ଗଜଲକ୍ଷ୍ମୀଙ୍କ ମୃଣିୟୀ ମୃତ୍ତ ର୍ି ପୂଜା ପାଇଛନ୍ତି ।  ବାବା ବିଶ୍ୱନାଥ ପୁଜା କମିଟି,ଡେଲାଙ୍ଗ ଷ୍ଟେସନ ବଜାର ପକ୍ଷରୁ ୧୩ତମ ଗଜଲକ୍ଷ୍ମୀ ପୁଜା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସୁଦର୍ଶନ ବରାଳ କର୍ତ୍ତାଭାବେ ଦାୟିତ୍ୱ ନିର୍ବାହ କରିଥିବା ବେଳେ ପୁଜା କମିଟି ସଭାପତି ବ୍ରହ୍ମାନନ୍ଦ ପରିଡା,ସମ୍ପାଦକ ସୈାଭାଗ୍ୟ ବରାଳ,କୋଷାଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଦାଶ ପ୍ରମୁଖ ପୁଜା ପରିଚାଳନା କାର୍ଯ୍ୟରେ ସହଯୋଗ କରିଥିଲେ । ଚଳିତ ବର୍ଷ କରୋନା ପାଇଁ ଆଖି ଦୃର୍ଶିଆ ସାଜସଜା ଓ ତୋରଣ ପ୍ରସ୍ତୁତ ହୋଇନଥିବା ବେଳେ ସେଭଳି ଶ୍ରଦ୍ଧାଳୁ ଙ୍କ ସମାଗମ ପରିଲକ୍ଷିତ ହୋଇନଥିଲା ।କେବଳ ପରାମ୍ପରା ବଜାୟ ରଖିବା ପାଇଁ ଆୟୋଜକ ଙ୍କ ମାନଙ୍କ ପକ୍ଷରୁ ମାଁଙ୍କ ନୀତିକାନ୍ତି ଯଥାବିଧି ପାଳନ କରାଯାଉଛି ବୋଲି କମିଟିର ସଭାପତି ଶ୍ରୀ ପରିଡା କହିଛନ୍ତି ।ପୁଜା ମଣ୍ଡପରେ ଶାନ୍ତି ଶୃଖଂଳା ରକ୍ଷା ପାଇଁ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts