ads

Breaking News

ବକଟୀ ଗ୍ରାମର ମହିୟସୀ ମହିଳା ହେମବତୀ ବେହେରାଙ୍କ ପରଲୋକ


ଭେଡେନରୁ ଭବାନୀ ଶଙ୍କର ପାଢ଼ୀ:-ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ବକଟୀ ଗ୍ରାମର ଗୌଉତିଆ ଗୌର ଚନ୍ଦ୍ର ବେହେରାଙ୍କ ଧର୍ମ ପତ୍ନୀ ହେମବତୀ ବେହେରା ୭୫ ବର୍ଷ ବୟସରେ ପରିବାରଜନଙ୍କୁ ଛାଡି ପରଲୋକ ଗମନ କରିଛନ୍ତି।ତାଙ୍କ ପଛରେ ସ୍ଵାମୀ ଗୌର ଚନ୍ଦ୍ର ବେହେରା ଦୁଇ ପୁଅ:-ଦୋଳ ଗୋବିନ୍ଦ, ଅରବିନ୍ଦ,ତିନିଝିଅ,ବୋହୂ,ନାତି, ନାତୁଣୀଙ୍କୁ ଶୋକ ସାଗରରେ ଭସାଇ ଛାଡି ଯାଇଛନ୍ତି।ସେ ଜଣେ ଧର୍ମ ପରାୟଣା,ମେଲାପୀ,ପରୋ ପକାରୀ,ଦରଦୀ ତଥା ମହିୟସୀ ମହିଳା ଥିଲେ।ତାଙ୍କର ଶେଷ ଦର୍ଶନ କରିବା ପାଇଁ  ବହୁମାନ୍ୟଗଣ୍ୟ ବ୍ୟକ୍ତି ତଥା ଗ୍ରାମର ମହିଳା,ପୁରୁଷ ବହୁ ସଂଖ୍ୟାରେ ଉପସ୍ଥିତ ହୋଇ ପୁଷ୍ପ ମାଲ୍ୟ ଅର୍ପଣ କରି ଅନ୍ତିମ ବିଦାୟ ଦେଇଥିଲେ।ତାଙ୍କର ବଡ଼ ପୁଅ ଦୋଳ ଗୋବିନ୍ଦ ବେହେରା ମରଶରୀରରେ ଅଗ୍ନି ସଂଯୋଗ କରିଥିଲେ। ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ର ସଭାପତି ନୀହାର ରଞ୍ଜନ ମହାନନ୍ଦଙ୍କ ସହିତ ଲିଙ୍ଗରାଜ ମହାପାତ୍ର,ଦିଲ୍ଲୀପ ଦାସ,ଜିତୁ ଭୋଇ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍

ads

Blog Archive

Popular Posts