ads

Breaking News

ମାମୁଁ ମାଡ଼ରେ ଭଣଜା ମୃତ

 
ଭେଡେନ ବ୍ଲକରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-  ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ରେଶମ ପଞ୍ଚାୟତ ନନ୍ଦିନୀପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା।ଗତକାଲି ରାତିରେ ଭଣଜା ଚିତ୍ରସେନ କୁମ୍ଭାର ବୟସ(୨୯) ନିଶା ସକ୍ତ ଅବସ୍ଥାରେ ଆସି ମାମୁଁ ବିଶ୍ଵାମିତ୍ର (୪୮) ଙ୍କୁ କିଛି ଟଙ୍କା ମାଗିଥିଲା । ମାମୁଁ ଓ ଭଣଜା ଙ୍କ ମଧ୍ୟରେ  ସାମାନ୍ୟ ବଚସା ଉଗ୍ରରୃପ ଧାରଣା କରିଥିଲା । ଭଣଜା ଅସଭ୍ୟ ଭାଷା ଗାଳି ଗୁଲଜ କରିଥିବାବେଳେ ମାମୁଁ ହଠାତ୍ ରାଗିଯାଇ ଏକ କାଠ (ବେଟେନ) ସାହାଯ୍ଯରେ ଭଣଜାକୁ ମାଡ଼ ମାରି ଲହୁଲୁହାଣ କରିଥିଲା। ଭଣଜା ଗୁରୁତର ହୋଇ ପଡ଼ିଥିଲା । ଭଣଜା ଚିତ୍ରସେନକୁ ପରିବାର ଲୋକେ ବରପାଲି ସରକାରୀ ଡାକ୍ତରଖାନା ନେଇଥିବାବେଳେ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ।ଏନେଇ ଭେଡେନ ଥାନାଧିକାରୀ ହେମନ୍ତ ରାଓ ଖବର ପାଇ ସଦଲ ବଳେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ସହ ଡାକ୍ତରଖାନାରୁ ଶବକୁ ଜବତ କରି ବରଗଡ ବ୍ୟବଚ୍ଛେଦ ପାଇଁ ପଠାଇ ମାମୁଁ କୁ ଗିରଫ କରି ଭେଡେନ ଥାନା କେସ୍ ନଂ ୧୮୯/୨୦ ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି।

ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ....

ads

Blog Archive

Popular Posts