ads

Breaking News

ସ୍ବର୍ଗତ ମହାପାତ୍ରଙ୍କ ଏକାଦଶାହରେ ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସ୍ମୃତିଚାରଣ ସଭା



ଖୋର୍ଦ୍ଧା-----ଗୁରୁଜଙ୍ଗ ମଧ୍ୟ ଇଂରାଜୀ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ତଥା  ଆରଏସଏସ ର ଖୋର୍ଦ୍ଧା ଜିଲା ସଙ୍ଗଠକ ସ୍ବର୍ଗତ ସର୍ବେଶ୍ଵର ମହାପାତ୍ରଙ୍କ ଏକାଦଶାହ ଅବସରରେ  ସ୍ଥାନୀୟ ଧବଳେଶ୍ବର ପାଠାଗାରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଦିବ୍ୟଗତ ଆତ୍ମର ସତଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ତେବେ ଗୁରୁଜଙ୍ଗ ମଧ୍ୟ ଇଂରାଜୀ ବିଦ୍ୟାଳୟର ୮୩ମସିହା ଶିକ୍ଷା ବର୍ଷର ପୁରାତନ ଛାତ୍ର ମାନଙ୍କ ଦ୍ଵାରା ଆୟୋଜିତ ଏହି  ସ୍ମୃତି ସଭାରେ  ମଧ୍ୟ ଇଂରାଜି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମାର୍କଣ୍ଡ ମିଶ୍ର ଓ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ  ମୃଦୂଲତା ମହାପାତ୍ର, ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସମେତ ପୁରାତନ ଛାତ୍ର  ପୁଣ୍ଯ ପ୍ରସାଦ ରଥ, ସନ୍ତୋଷ ସାହୁ, ମନୋଜ କୁମାର ସାହୁ, ଯୁଧିଷ୍ଠିର ବେହେରା, ବଂଶୀ ଧର ସାହୁ, ଚନ୍ଦ୍ରଶେଖର ମହାରଣା, ରବି ନାରାୟଣ ସାହୁ, ପ୍ରଶାନ୍ତ ସାହୁ, ବାସନ୍ତୀ ମିଶ୍ର, ହରିହର ସିଂ, ଅଜୟ ସାହୁ ପ୍ରମୁଖ ଯୋଗ ଦେଇଦିବ୍ୟଗତ ଆତ୍ମର ସ୍ମୃତିଚାରଣ କରିଥିଲେ।ସେହିପରି ସ୍ଵର୍ଗତ ମହାପାତ୍ରଙ୍କ ସ୍ମୃତିଚାରଣ ସଭାରେ ତାଙ୍କ ସୁପୁତ୍ର ଟୁକୁ ମହାପାତ୍ର ମଧ୍ଯ ଉପସ୍ଥିତ ଥିଲେ । ଖୋର୍ଦ୍ଧା ରୁ ପ୍ରଭାତ କୁମାର ମିଶ୍ର

ads

Blog Archive

Popular Posts