ads

Breaking News

ଶାରଦୀୟ ଦୁର୍ଗାପୂଜାରେ ଡାହାଣ ଗ୍ରାମବାସୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା


  ସାକ୍ଷୀଗୋପାଳ ---- ରାଜ୍ୟରେ ମହାମାରୀ କରୋନା ଯୋଗୁ  ସତ୍ୟବାଦୀ ବ୍ଳକର ମଧୁବନ ଗ୍ରାମ ପଞ୍ଚାୟତର ଡାହାଣ ଗ୍ରାମର ବାସୁଦେବ ଯୁବକ ସଂଘର ଯୁବକ ମାନେ ଶାରଦୀୟ ଦୁର୍ଗାପୂଜାରେ ଗ୍ରାମାବସୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଛନ୍ତି । ଯୁବକସଂଘର ଅନୁରୋଧ କ୍ରମେ  କ୍ଳବ ସତ୍ୟବାଦୀର ସହଯୋଗରେ ବନପୁର ସ୍ଥିତ ଫିଜିଓଥେରାପି ସ୍ୱାସ୍ଥ୍ୟ  କେନ୍ଦ୍ର ପକ୍ଷରୁ ଡାହାଣ ଗ୍ରାମରେ ପ୍ରାୟ ୬୦ ଜଣଙ୍କୁ ଫିଜିଓଥେରାପି ମାଧ୍ୟମରେ ଚିକିସ୍ଥା କରାଯାଇଛି । ଫିଜିଓଥେରାପିଷ୍ଟ ଡ; ସୁନୀଲ କୁମାରଙ୍କ ସହିତ ତାଙ୍କ ସହଯୋଗୀ ଗଜେନ୍ଦ୍ର ପ୍ରଧାନ, ରାକେଶ ପ୍ରଧାନ, ସତ୍ୟବ୍ରତ ରାଉତରାୟ, ମମତା ବେହେରା ଓ ପ୍ରଣତୀ ପ୍ରଧାନ ଗ୍ରାମ ବାସୀଙ୍କୁ ଚିକିତ୍ସା ଯୋଗାଇ ଦେଇଥିଲେ । ନିଜେ ନିଜେ ସବୁଦିନ ମାଲିସ ସହିତ ପିଜିଓଥେରାପି କରିବା ପାଇଁ ଲୋକମାନଙ୍କୁ କହିଥିଲେ । କବ୍ଳ ସତ୍ୟବାଦୀର ସଭାପତି ନିହାର ରଞ୍ଜନ ସ୍ୱାଇଁ,  ସମ୍ପାଦକ ଆଲୋକ ଖୁଣ୍ଟିଆ, ନିଶିକାନ୍ତ ପ୍ରଧାନ, ତୋଫାନବେହେରା, ତ୍ରିପାଥ ବାରିକବିଶ୍ୱଜିତି ପରିଡା, ଦୀପାଙ୍କ ସହିତ ଡାହାଣ ଗ୍ରାମର ବାସୁଦେବ ଯୁବକ ସଂଘର ବିଜୟ ବରାଳ, ଦୀପକ ପରିଡା, ମଳୟ ପରିଡା, କୃଷ୍ଣଚନ୍ଦ୍ର ସ୍ୱାଇଁ, ବିଜୟ କୁମାର ସ୍ୱାଇଁଙ୍କ ସହିତ ଲିପୁ, ଇନ୍ଦ୍ରମଣି, ସୌମ୍ୟ ଓ ସଞ୍ଜୟ  ପ୍ରମୁଖ ଚିକିତ୍ସା ଶିବିରଟିକୁ ପରିଚାଳନାରେ ସହଯୋଗ କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି       

ads

Blog Archive

Popular Posts