ads

Breaking News

ବାଲୁକାକଳା ମାଧ୍ୟମରେ ସଚେତନତା ବାର୍ତ୍ତା


ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ ଜିଲ୍ଲା ଭେଡେନ ବ୍ଲକ ଭେଡେନ ସହର ର ବାଲୁକାଶିଳ୍ପୀ କାର୍ତିକ ପୁଣିଥରେ ବାଲୁକା ମୂର୍ତ୍ତୀ ପ୍ରଦର୍ଶନ କରିଛନ୍ତି। ଏଥର ପୁଣି କରୋନା ୧୯ ସଚେତନତା ବାର୍ତ୍ତା ପ୍ରଦର୍ଶନ କରିଛନ୍ତି। ଏହା ସହିତ ଦଶହରାରେ ପୂଜା ପାଉଥିବା ମା ଦୁର୍ଗାଙ୍କ ମୁଖ ଓ ମା ସମଲେଶ୍ୱରୀ ମୁଖ ତିଆରି କରିଛନ୍ତି।ପଶୁ ସମ୍ପଦକୁ କିପରି ରକ୍ଷା କରାଯାଇପାରିବ ବାଲୁକା ଶିଳ୍ପୀ ସଚେତନତା ବାର୍ତ୍ତା ଦେଇଛନ୍ତି।ଏଥର ମାନ୍ୟବର ସାଂସଦ ଶୁରେଶ ପୂଜାରୀଙ୍କ ପ୍ରେରଣାରେ କରୋନା ୧୯ ର ପାଇଁ ସାମାଜିକ ଦୁରତା ଉପରେ ବାଲୁକାଶିଳ୍ପୀ ବାଲୁକାରେ ମୂର୍ତ୍ତି ନିର୍ମାଣ କରିଛନ୍ତି।
ଆସନ୍ତା କାଲି ଏହି ବାଲୁକା କଳା ଦେଖିବା ପାଇଁ ବହୁ ସଂଖ୍ୟାରେ ଜନସାଧାରଣ ଆସିପାରନ୍ତି ବୋଲି ଆଶା କରାଯାଉଛି

ଭୋଡେନ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍....

ads

Blog Archive

Popular Posts