ads

Breaking News

ପ୍ରତିଶ୍ରୁତି ରକ୍ଷାକଲେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ


ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ଼ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ କୁଳୁଣ୍ଡା ଗାଁର ଭଉଣୀ ରତ୍ନାବତୀ ଗତ କିଛିଦିନ ହେବ ଫୁସଫୁସ କ୍ୟାନ୍ସରରେ ପୀଡିତ ହୋଇଥିଲେ । ତାଙ୍କର ଆଗାମୀ ଦିନର ଲକ୍ଷାଧିକ ଟଙ୍କାର ଔଷଧ ଖର୍ଚ୍ଚ ବହନ କରିବେ ବୋଲି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରତିଶ୍ରୁତି ଦେଇଥିଲେ ।   ଆଜି ତାଙ୍କ ଘରକୁ ଅତାବିରା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଗଣେଶ ସାହୁ ପହଞ୍ଚି  ଆଗାମୀ ନଭେମ୍ବର ୨୦ତାରିଖ ପର୍ଯ୍ୟନ୍ତ ୧ଲକ୍ଷ ୧୬ହଜାର ଟଙ୍କାର ଔଷଧ ପ୍ରଦାନ କରିଥିଲେ।ଏହି ଅବସରରେ ଗ୍ରାମର ବିଷ୍ଣୁଦେବ ପଧାନ,ଲବ ପଧାନ, ଗଙ୍ଗାମୟ ଭୋଇ,ଅଶୋକ ମିସ୍ତ୍ରୀ,ରମେଶ ପଧାନ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ରହିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍....

ads

Blog Archive

Popular Posts