ads

Breaking News

ଡେଲାଙ୍ଗ ପୋଲିସର ବିଭିନ୍ନ ସ୍ଥାନରେ ଚଡାଉ; ଚୋରା ମଦ ଜବତ , ୪ ଗିରଫ


 ଡେଲାଙ୍ଗ- ---- ଡେଲାଙ୍ଗ ପୋଲିସ ବିଭିନ୍ନ ସ୍ଥାନରେ ଅଚାନକ ଚଡାଉ କରି  ଚୋରା ଦେଶୀ  ମଦ ବିକ୍ରୟ କରିବା ଘଟଣାରେ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଥିବା ଜଣାପଡିଛି । ପୋଲିସ ସୁତ୍ରରୁ ପ୍ରକାଶ ଯେ  ଆଗକୁ ପୂଜା ଆସୁଥିବାରୁ ଡେଲାଙ୍ଗରେ ଚୋରା  ଦେଶୀ ଓ ବିଦେଶୀ ମଦ କାରବାର  ବୃଧ୍‌ଦି ପାଇଛି । ମିଳିଥିବା ସୂଚନା ଅନୁଯାୟୀ କଲ୍ୟାଣପୁର ବଜାର,ଡେଲାଙ୍ଗ ହାଟ ବଜାର,ଡେଲାଙ୍ଗ ଷ୍ଟେସନ ବଜାରରେ ବେଆଇନ୍ ଭାବେ ଚୋରାମଦ ବିକ୍ରି କରାଯାଉଥିବା  ବିଶେଷ ସୁତ୍ରରୁ ପୋଲିସ ଖବର ପାଇଥିଲା ।  ଡେଲାଙ୍ଗ ଥାନା ଆଇଆଇସି  ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ  ଏକ ଟିମ ଗଠନ କରି ଉକ୍ତ ସ୍ଥାନରେ ଚଢଉ କରିବା ସହିତ ସେଠାରୁ ବିପୁଳ ପରିମାଣ ଚୋରା ଦେଶୀ ମଦ ଜବତ କରିବା ସହିତ ୪ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ସେମାନେ ହେଲେ ଉଦୟ ପୁର ଗ୍ରାମର ପ୍ରମୋଦ ରଂଜନ ବାରିକ ,ଜଗଦଳପୁର ଗ୍ରାମର ବିନାୟକ ମତଗଜସିଂ,କଲ୍ୟାଣପୁର ଗ୍ରାମର ଗଦାଧର ଭଟ୍ଟ ଓ ପ୍ରଦୀପ ପ୍ରଧାନ ଙ୍କୁ ପୋଲିସ ଗିରଫ କରି ସେମାନଙ୍କ ଠାରୁ ୨୯ ଲିଟର ଦେଶୀ ମଦ ଜବତ କରିଛି । ଏନେଇ ଡେଲାଙ୍ଗ ଥାନାରେ  ୧୫୯/୨୦,୧୬୦/୨୦,୧୬୧/୨୦,୧୬୨/୨୦ ରେ ୪ ଟି ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲଣ କରାଯାଇଥିବା ଡେଲାଙ୍ଗ ଥାନା ଅଧକାରୀ ଶ୍ରୀ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts