ads

Breaking News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସିବିଆଇ କୋର୍ଟ, ଏଥିସହ ୧୦ ଲକ୍ଷ ଜରିମାନା କରିଛନ୍ତି


ଭୁବନେଶ୍ୱର ------ କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ପୂର୍ବରୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ଦଣ୍ଡାଦେଶ ଶୁଣାଇଛନ୍ତି। ଦିଲୀପ ରାୟଙ୍କ ସମେତ ୩ ଜଣ ଦୋଷୀଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସିବିଆଇ କୋର୍ଟ। ଏଥିସହ ୧୦ ଲକ୍ଷ ଲେଖାଏଁ ଜରିମାନା କରିଛନ୍ତି କୋର୍ଟ।
ଏହା ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ ଏବଂ ଅନ୍ୟ ଅଧିକାରୀମାନେ ଜାମିନ୍ ଆବେଦନ କରିଥିଲେ। ସେମାନଙ୍କର ଜାମିନ ଆବେଦନକୁ ଗ୍ରହଣ କରି ଜାମିନ୍ ମଞ୍ଜୁୁର କରିଛନ୍ତି କୋର୍ଟ। ୧ଲକ୍ଷ ଟଙ୍କାର ବେଲବଣ୍ଡ୍‌ ଆଧାରରେ ସେମାନଙ୍କୁ ଜାମିନ୍ ମିଳିଛି।

ads

Blog Archive

Popular Posts