ads

Breaking News

ସାହିତ୍ୟ ପତ୍ରିକା ବରୀଶ୍ରୀ ୨୨ ତମ ଅନାଵରଣ ଉତ୍ସବ


ବରୀ- ସାହିତ୍ୟ ପତ୍ରିକା ବରୀଶ୍ରୀ ର ୨୨ ତମ ସଂଖ୍ୟା ଆଜି ବରୀ ବ୍ଲକ ଅନର୍ଗତ ରମାଦେବୀ ଗୋପବନ୍ଧୁ ଆଶ୍ରମ ସେବା ଗୃହରେ ଅନୁଷ୍ଠିତ ହୋଇଯାଇଛି।  କରୋନା କଟକଣା ଯୋଗୁ ସାମାଜିକ ଦୂରତା ରକ୍ଷା କରି ନିରାଡ଼ମ୍ବର ଭାବେ ପାଳିତ ହୋଇଥିଲା। ଅନୁଷ୍ଠାନର ସଭାପତି ଆଶୁତୋଷ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ବୃନ୍ଦାବନ ସାମଲ,ମୁଖ୍ୟ ବକ୍ତାଭାବେ  ପ୍ରଫୁଲ ଚରଣ ପୁହାଣ ଯୋଗଦେଇ ସାହିତ୍ୟ ସମାଜକୁ ଦିଗଦର୍ଶନ ଦେବା ସହିତ ସମସ୍ତଙ୍କୁ ସଂସ୍କାରି କରିଥାଏ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଦୁଯ୍ୟୋଧନ ଶତପଥୀ ମଙ୍ଗଳକାଷ୍ଟକ ପାଠ କରିଥିଲେ। ଷ୍ଟାଳୀନ ଜେନା ଅତିଥି ପରିଚୟ  ଓ ସ୍ୱାଗତ ଭାଷଣ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ସୁମନ୍ତ କୁମାର ପଣ୍ଡା ବିବରଣୀ ପାଠ କରିଥିଲେ। ଅମୁଲ୍ୟ କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସବିତା ନାୟକ,ସରୋଜ ଦାଶ, ନିରଂଜନ ସାହୁ, ହନ୍ଦନ ପ୍ରଧାନ,ରୁଦ୍ର ସାମଲ,ଅଜୟ ବଳ, ହୃଷିକେଶ ମିଶ୍ର,  ରବୀନ୍ଦ୍ର ଜେନା,,ସୁନାକର ବେହେରା,ସିଆରସି ବନିତା ବେହେରା, ଝରଣା ମଲ୍ଲିକ, ମଲ୍ଲିକା ବେହେରା, ବିବୁଲ ବେହେରା ସମେଟ ଲେଖକ ଓ ଲେଖିକା ଯୋଗଦେଇଥିଲେ। 
ବରୀ ରୁ ଦର୍ଶନ ବେହେରା

ads

Blog Archive

Popular Posts